STORYMIRROR

Satyabati Swain

Inspirational

4  

Satyabati Swain

Inspirational

ଓଡ଼ିଆ ନବ ବର୍ଷ

ଓଡ଼ିଆ ନବ ବର୍ଷ

1 min
4

କେଉଁଠି ନାହିଁ ଯେଉଁଠି ଅଛି ବାରମାସେ ତେର ପରବ

ସେଇ ମୋହର ଜନମ ଭୂଇଁ ଓଡିଶା ମୋର ଗରବ।


ସେଦିନ କାହିଁ କାଳ ଗରଭେ ଗଲାଣି ଅବା ହଜି

ଓଡ଼ିଆ ମୁହିଁ ଓଡ଼ିଆ ଭାଵ କେହି ପାରେନା ହେଜି।


ନିଜ ମାଟିର ନୂଆ ବରଷ ପାଳୁନା କେହି ଆମେ

ପରତିଅଣ ସୁଆଦ ଲାଗେ ଲାଜ ଲାଗେନା ଲବେ।


ଇଂରାଜୀ ନୂଆବରଷ ପାଇଁ ଗ୍ରୀଟିଙ୍ଗ୍ସ ସୁଅ ଛୁଟେ

ଅଭିନନ୍ଦନ ପାର୍ଟି ପିକନିକ୍ ରଙ୍ଗୀନ ଆସର ଜମେ।


 ‎ନିଜ ବେଳକୁ ଜାଣି ପାରୁନା ଏ ଦିନ ଆସେ କେବେ

 ‎ପାଶ୍ଚାତ୍ୟ ସଭ୍ୟତା ପାଗଳ କରେ ନେଟ୍ ଯୁଗ ଏବେ।


 ଓଡ଼ିଆ ନୂଆ ବରଷ କଣ କେବେ ବା ଏହା ପଡ଼େ

 ହାତ ଗଣତି କେଇ ଜଣ ଜାଣିଥିବେ ପଦେ ଅଧେ।


 ମଲ୍ଲୀ ମହକ ହାତରେ ଧରି ପଣା ସଂକ୍ରାନ୍ତି ଆସେ

 ଚଉରା ମୂଳେ ଠେକିର ପାଣି ଝାମୁର ଝୁଣା ବାସେ।


 ଠାଆକୁ ଠାଆ ପାଣି ଛତର ଅଭଡ଼ା ପାଣି ବାସ

 ପାଟୁଆ ନାଚେ ବେତ ବାଡ଼ି ଘଣ୍ଟ ପାଟୁଆ ବେଶ।


 ‎କାଆଁ ଭାଁ ଏ ପରମ୍ପରା ଆମ କାନ୍ଦୁଛି କଇଁ କଇଁ

 ‎ହୁଏତ ଆଉ କେତୁଟା ଦିନେ ଏ ଇତିହାସ ଯିବ ହୋଇ।


 ‎ଡାଏନୋସର ମିୟୁଜିଏମେ ଦେଖିଲାପରି ପିଲେ

 ‎କହିବେ ଏ ଓଡ଼ିଆ ସଂସ୍କୃତି ଆମର ଥିଲା ଦିନେ।


 ‎ସଂସ୍କୃତି ପରମ୍ପରା ଯହିଁ ବଞ୍ଚିବ ନାହିଁ କି ବିକାଶ ହେବ

 ପ୍ରଗତି ପଥେ ଉନ୍ନତି ରଥେ ଓଡିଶା କି ଗଣା ଯିବ ।


ଅଛିରେ ବେଳ ହୁଅରେ ମେଳ ରୋକ ଏ ଅବକ୍ଷୟ

ମାଆ ମାଟିର ମାନ ବଞ୍ଚାଇ ନିଦରୁ ଉଠ ଓଡ଼ିଆ ପୁଅ।


Rate this content
Log in

Similar oriya poem from Inspirational