Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମହାବିଦ୍ୟା ମାଆ ଛିନ୍ନମସ୍ତା

ମହାବିଦ୍ୟା ମାଆ ଛିନ୍ନମସ୍ତା

1 min
7



ଜୟ କବନ୍ଧିକା ମା ଛିନ୍ନ ମସ୍ତିକା

   ଜୟ ଜୟ ଭୟଙ୍କରୀ l

ନିଜ ହସ୍ତେ ନିଜ ରୁଧିର ପିଉଛୁ

    ମସ୍ତକକୁ କାଟି କରି ll

ଜୟ ମା କରାଳୀ କର୍କଷି କଙ୍କାଳି

    ଜୟ ମାଆ ଦିଗମ୍ବରୀ l

ବର୍ଣିନି ଡ଼ାକିନି ସହଚରୀ ବେନି

   ତୋତେ ରହିଛନ୍ତି ଘେରି ll

କଟା ଶିରୁ ତୋର ତପତ ରୁଧିର

   ତିନି ଧାରେ ଯାଏ ବହି l

ପିଆଇ ପିଉଛୁ ଖାଇ ଖୁଆଉଛୁ

  ଯୋଗ୍ନୀଗଣେ ଯାନ୍ତି ପିଇ ll

ବିଗ୍ରହ ମା ତୋର ଅତି ଭୟଂକର

   ଦେଖି ଛାତି ଥରିଯାଇ l

ପାପିଜନେ ଏକା ଦେଉ ତୁହି ଶଙ୍କା 

   ଜୟ ମା ମଙ୍ଗଳମୟୀ ll

ଜୟ କାମ୍ୟ କାମା ପରବତ ଜେମା

    ଆରୁଢ଼ା ଅନଙ୍ଗ ରତି l

କାମୀ ଜନମାନେ ପତଙ୍ଗ ପରାୟେ 

  ତୋ କୋପେ ଜଳିଯାଆନ୍ତି ll

ମାଆ ତ୍ରିନୟନୀ, ନୃମୁଣ୍ଡ ମାଳିନୀ

   ଜୟ ତ୍ରିପୁର ପାଳିକେ l

ଯୋଗ୍ନୀଗଣ ଘେନି ବୁଲୁ ମା ଅବନୀ 

   ଜୟ ମନ୍ଦାର ମାଳିକେ ll

ତୋତେ ଧ୍ୟାନକରି ପୁତ୍ରଲଭେ ନାରୀ

    ଅନ୍ଧ ଲଭଇ ନୟନ l

ଜୟ ମହାବିଦ୍ୟା ଦେଇଥାଉ ବିଦ୍ୟା 

   ଜ୍ଞାନ ଯଶ ଆୟୁ ମାନ ll

ଜୟ ରକ୍ତଦନ୍ତୀ ଦଶନୀ ଜୟନ୍ତୀ 

    ରକ୍ତ ବସ୍ତ୍ରା ରକ୍ତବର୍ଣ୍ଣି l

ଜୟ ମା ଶଙ୍କରୀ ଅମ୍ବିକା ଗଉରୀ

    ନମସ୍ତୁତେ ନାରାୟଣୀ ll

   


Rate this content
Log in

Similar oriya poem from Inspirational