Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଜୟ ମାରୁତି

ଜୟ ମାରୁତି

1 min
5



ପାହିଲା ରାତି ଜୟ ମାରୁତି

   ଜୟ ଅଞ୍ଜନା ସୂତ l

ହେ ମହାବୀର ବାୟୁ କୁମର

   ଅଞ୍ଜନୀ ରାମ ଦୂତ ll


ପଣା ସଂକ୍ରାନ୍ତି କରେ ଆରତୀ

   ଆଜି ଜନମ ଦିନେ l

ସିଦ୍ଧି ଦାୟକ ରାମ ସେବକ

  ପଡ଼ଇ କଥା ମନେ ll


ହେ ବଜରଙ୍ଗୀ ସାଗର ଲଂଘି

  ଲଙ୍କାକୁ ଗଲ ହେଳେ l

ପଥର ଭେଳା ଭସାଇ ଦେଲ 

  ଅଗାଧ ସିନ୍ଧୁ ଜଳେ ll


ଅଶୋକ ବନେ ରାକ୍ଷସୀ ମାନେ

   ସୀତାଙ୍କୁ ଥିଲେ ଜଗି l

ଖାଇଲ କୋଳି ଗଛରୁ ତୋଳି

  ଅଶୋକ ବନ ଭାଙ୍ଗି ll


ସ୍ୱର୍ଣ୍ଣ ମୁଦ୍ରିକା ଦେଲ ଯା ଏକା 

  ମାଆଙ୍କୁ ତୁମ୍ଭେ ନେଇ l

କାହୁଁ ଆଇଲା ଏ ହନୁ ଭଲା

  ରାକ୍ଷସେ ଗଲେ ଧାଇଁ ll 


ତୁମ୍ଭ ଲାଙ୍ଗୁଳେ କନା ବାନ୍ଧିଲେ 

  ଢାଳିଲେ ତେଲ ନେଇ l

ଲାଙ୍ଗୁଳେ ନିଆଁ ମାରିଲ ଡ଼ିଆଁ

   ଘରକୁ ଘର ଡେଇଁ ll


ଜଳି ପାଉଁଶ ହୋଇଲା ଶେଷ

   ସୁବର୍ଣ୍ଣ ପୁରୀ ଲଙ୍କା l

ବାବୁ ଲକ୍ଷ୍ମଣ ଦେଲ ଜୀବନ 

   ଗନ୍ଧମାର୍ଦ୍ଦନ ଟେକା ll


ସଂସାରେ ସାର ଭକ୍ତ ପ୍ରବର

  ତୁମ୍ଭ ପରି କେ ଅଛି l

ଜ୍ଞାନ ସାଗର କରୁଣା କର 

 ଆହେ ଅଞ୍ଜନା ବତ୍ସୀ ll


ସିନ୍ଦୁର ବୋଳା ସିନ୍ଦୁର ଗୋଳା

   ରୂପଟି ଆହେ ହନୁ l

ଏହି କରୁଣା ନ କର ଉଣା

  ନଯାଉ କେବେ ମନୁ ll


ଜୟ ତୁଳସୀ ହନୁ ଚାଳିଶି

 ବୋଲିଲ ଶୁଭ କ୍ଷଣେ l

ଗୁଣ ସାଗର, ହେ ମହାବୀର 

  ବନ୍ଦେ ମୁଁ ହନୁମାନେ ll


ବାୟୁ ନନ୍ଦନ ପ୍ରଣାମ ଘେନ

 ଶୁଭ ପ୍ରଭାତେ ମୋର l

ହେ ମହାବୀର ସଙ୍କଟ ହର

  କୋଟିଏ ନମସ୍କାର ll



Rate this content
Log in

Similar oriya poem from Inspirational