ଫେରି ଯାଉଛି ମୁଁ ତୁମ ମନ୍ଦିରୁ
ଫେରି ଯାଉଛି ମୁଁ ତୁମ ମନ୍ଦିରୁ
ଫେରି ଯାଉଛି ମୁଁ ତୁମ ମନ୍ଦିରରୁ
ଜଣାଇ ମୋ ଦୁଃଖ ଜଗତନାଥ
ଦିଶିଲେ ବି ଶୂନ୍ୟ ମୋର ଦୁଇ ହାତ
ପରମ ଆନନ୍ଦେ ଅନ୍ତର ତୃପ୍ତ ।
ତୁମେ ଅନ୍ତର୍ଯ୍ୟାମୀ ଦୟାମୟ ହରି
ଆପେ ବୁଝି ପାର ଆର୍ତ୍ତୀ ଗୁହାରି
କରୁଣାବାରିରେ ତାକୁ ଧୋଇଦିଅ
ଯେବେ ଛୁଟୁଥାଏ ଭାବ ଲହରୀ ।
ତୁମ ବାଲ୍ୟବନ୍ଧୁ ଭକତ ସୁଦାମା
ଉଭା ହେଲା ଆସି ଭିକ୍ଷୁକ ବେଶେ
ଗୃହେ ଫେରି ଯାଇ ଚିହ୍ନି ପାରିଲାନି
ଘର, ପତ୍ନୀ, ପୁତ୍ର ନେତ୍ର ପ୍ରଦେଶେ ।
ତୁମେ ଭକ୍ତ ଧନ ଭକତ ଜୀବନ
ଭକ୍ତ ପାଇଁ ଧ୍ବଜା ତୁମ ନାମରେ
ଭକତ କଷଣ କିପରି ସହିବ
ଭକ୍ତବନ୍ଧୁ ଥିବ ମର୍ତ୍ତ୍ୟ ଭୂଇଁରେ ।
ହୋଇଲା ପାବନ ମୋ ଚର୍ମନୟନ
ମହାବାହୁ ତୁମ ରୂପ ଦର୍ଶନେ
ସୁଖଦୁଃଖ ହୋଇ ଫେରି ଯାଉଅଛି
କୋଟି ପ୍ରଣିପାତ ଶିରୀଚରଣେ ।
