STORYMIRROR

Binodini Dash

Inspirational

4  

Binodini Dash

Inspirational

ଫେରି ଯାଉଛି ମୁଁ ତୁମ ମନ୍ଦିରୁ

ଫେରି ଯାଉଛି ମୁଁ ତୁମ ମନ୍ଦିରୁ

1 min
8

ଫେରି ଯାଉଛି ମୁଁ ତୁମ ମନ୍ଦିରରୁ

ଜଣାଇ ମୋ ଦୁଃଖ ଜଗତନାଥ

ଦିଶିଲେ ବି ଶୂନ୍ୟ ମୋର ଦୁଇ ହାତ

ପରମ ଆନନ୍ଦେ ଅନ୍ତର ତୃପ୍ତ ।


ତୁମେ ଅନ୍ତର୍ଯ୍ୟାମୀ ଦୟାମୟ ହରି

ଆପେ ବୁଝି ପାର ଆର୍ତ୍ତୀ ଗୁହାରି

କରୁଣାବାରିରେ ତାକୁ ଧୋଇଦିଅ

ଯେବେ ଛୁଟୁଥାଏ ଭାବ ଲହରୀ ।


ତୁମ ବାଲ୍ୟବନ୍ଧୁ ଭକତ ସୁଦାମା

ଉଭା ହେଲା ଆସି ଭିକ୍ଷୁକ ବେଶେ

ଗୃହେ ଫେରି ଯାଇ ଚିହ୍ନି ପାରିଲାନି

ଘର, ପତ୍ନୀ, ପୁତ୍ର ନେତ୍ର ପ୍ରଦେଶେ ।


ତୁମେ ଭକ୍ତ ଧନ ଭକତ ଜୀବନ

ଭକ୍ତ ପାଇଁ ଧ୍ବଜା ତୁମ ନାମରେ

ଭକତ କଷଣ କିପରି ସହିବ

ଭକ୍ତବନ୍ଧୁ ଥିବ ମର୍ତ୍ତ୍ୟ ଭୂଇଁରେ ।


ହୋଇଲା ପାବନ ମୋ ଚର୍ମନୟନ

ମହାବାହୁ ତୁମ ରୂପ ଦର୍ଶନେ

ସୁଖଦୁଃଖ ହୋଇ ଫେରି ଯାଉଅଛି

କୋଟି ପ୍ରଣିପାତ ଶିରୀଚରଣେ । 


Rate this content
Log in

Similar oriya poem from Inspirational