Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Inspirational

4  

Panchanan Jena

Inspirational

ସବୁ ତା'ର କୃପାଣ

ସବୁ ତା'ର କୃପାଣ

1 min
5


ପାପ କରିସାରି

ଯିବୁ ତୁ ଯୁଆଡ଼େ ଯା'ଆ

ଏ ପୃଥିବୀ

ଏ ଆକାଶ

ପରା ସବୁ ତା'ର ଭିଆଣ ।


କୁ-କର୍ମ ବଳରେ 

ଯେତେ ଉଡିବୁ ତୁ ଉଡ୍‌

ଏ ଜୀବନ ଡୋର

ଏ ମର ଶରୀର 

ପରା ସବୁ ତା'ର ନିର୍ମାଣ ।


ଭ୍ରଷ୍ଟାଚାର ଯେତେ

କରିବୁ ତୁ କର୍

ଏ କାଠ ଛଅଖଣ୍ଡ

ଏ ଶ୍ମଶାନ ଚାଖଣ୍ଡ

ପରା ସବୁ ତା'ର କୃପାଣ ।


କ୍ଷମତା ଯେତେ ତୁ 

ହାସଲ କରିବୁ କର୍

ଏ ସମସ୍ୟା ଚକ୍ର

ଏ ସମାଧାନ ବକ୍ର

ପରା ସରୁ ତା'ର ତର୍ପଣ ।


ଅର୍ଥ ଆତ୍ମସାତ୍‌ 

ଯେତେ କରିଛୁ କର୍

ଏ ବିଳାସ ବ୍ୟସନ

ଏ ରୋଗ ଦୁର୍ଘଟଣା

ସବୁ ପରା ତା'ର ବର୍ଷଣ ।


ଚର୍ମଚକ୍ଷୁ ତଳେ

ଜ୍ଞାନଚକ୍ଷୁ ଖୋଲରେ

ମୁଢ କଳା ମୁଣ୍ଡିଆ

ସମୟ ସରିବା ଆଗରୁ

ସୁଧୁରି ଯା' ରେ

ମୁର୍ଖ ପାମର ଭାଣ୍ଡୁଆ ।


ସବୁର ହିସାବ ଖାତା 

ତା' ହାତେ ଲେଖା ରେ

ଦୈବୀଦଣ୍ଡ କୁ ଡର

ଜନ୍ମରୁ ମରଣ ଭ୍ରମଣ

କର୍ମକାଣ୍ଡ ମିଶାଣ ହରଣ

ହରିନାମ ସ୍ମରଣ କର ।


ହୁକୁମାତି ଚଳିବିନି 

ପରମେଶ୍ଵର ସାଥେ

ଗୋଟିଏ ଢ଼େଉରେ

ସରିବ ଜୀବନ ଖେଳ

ସିଏ ତ ମୂଖ୍ୟ ରେଫରୀ ।


ସମୟ ଥାଉ ଥାଉ

ସୁ-ବାଟକୁ ଫେର

ଅକାଳରେ ଲିଭିଯିବ

ଜୀବନ ଦୀପ 

ବିଭୁ ପଙ୍କଜ ସ୍ମରୀ ।


Rate this content
Log in

Similar oriya poem from Inspirational