Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଜୟ ଜୟ ସଂସାର ସାର

ଜୟ ଜୟ ସଂସାର ସାର

1 min
6



  ଜୟ ଜୟ ସଂସାର ସାର

   ଜୟ ପାରରତୀ ଈଶ୍ଵର 

ସଂସାରେ ତୁଳନା କାହିଁବା ଅଛିନା

 ପରିବାର ତବ କେଡ଼େ ସୁନ୍ଦର ll 


   ଜୟ ଜୟ ସତ୍ୟ ସୁନ୍ଦର

   ମହାକାଳ ମହା ସଂହାର

ପତ୍ନୀ ତବ ଉମା ସତୀ ଗିରିଜେମା

 ପୁତ୍ର ତବ ସ୍କନ୍ଦ ଲମ୍ବା ଉଦର ll


   ଜୟ ଜୟ ଶ୍ରୀଗଙ୍ଗାଧର 

    ଭସ୍ମ ଭୂଷା ତନୁ ତୁମ୍ଭର

ଜଟାରେ ଜାହ୍ନବୀ କି ସୁନ୍ଦର ଛବି

 ସହି ନପାରନ୍ତି ପତ୍ନୀ ତୁମ୍ଭର ll


  ଜୟ ଜୟ ନାଗେନ୍ଦ୍ର ହାର

   ନାଗ ନାଥ ନାଗ ଈଶ୍ଵର

ଯାନ ତବ ଶିବ ଅଟେ ଗାଭୀ ଧବ

 ପଶୁରାଜ ପୁଣି ପାର୍ବତୀଙ୍କର ll


  ଜୟ ଜୟ ଭୋଳା ଶଙ୍କର 

  ଭୋଳେ ଦେଲ ଅସୁରେ ବର

 ପୁତ୍ର ଗଜାନନ ଇନ୍ଦୁର ବାହାନ 

 ମୟୂର ଅଟଇ କାର୍ତ୍ତିକଙ୍କର ll


   ଜୟ ଜୟ ଦିଗ ଅମ୍ବର

   ଶମଶାନ ବାସ ତୁମ୍ବର 

ଭସ୍ମରେ ଭୂଷଣ ଆହେ ପଞ୍ଚାନନ

ବସନେ ସରଧା ବାସନ୍ତୀଙ୍କର ll


   ଜୟ ଜୟ ଉମା ଶଙ୍କର

   କଇଳାସ ବାସ ତୁମ୍ଭର

ତୁମ୍ଭର ବାହକ, କେଶରୀ ଖାଦକ

 ମୂଷିକ ଭକ୍ଷକ ସିନା ମୟୂର ll


   ଜୟ ଜୟ ଶଶି ଶେଖର

   ଚନ୍ଦ୍ର ଚୂଡ଼ ଚମ୍ପକେଶ୍ୱର

ଅନେକରେ ଏକ ପାର୍ବତୀ ନାୟକ

 ଜୟ ଜଗଦମ୍ବା ଜଗଦୀଶ୍ୱର ll


  ନମୋ ଭବ ଭବାନୀବର

 ତୋଷେ ରୋଷେ ଦିଅନ୍ତି ବର

ନମଃ ଆଶୁତୋଷ ବିଷପିଇ ତୋଷ

 ଗ୍ରାସରୁ ରଖିଲ ବିଶ୍ଵସଂସାର ll

 


Rate this content
Log in

Similar oriya poem from Inspirational