STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମହାବିଦ୍ୟା ମହାକାଳି ବନ୍ଦନା

ମହାବିଦ୍ୟା ମହାକାଳି ବନ୍ଦନା

1 min
16


ଜୟ ମା କାଳିକା ନୃମୁଣ୍ଡ ମାଳିକା

   ଜୟ ମା ପରମେଶ୍ବରୀ l

ଜୟ ଚାରୁହାସୀ ମାଆ ମୁକ୍ତକେଶୀ

   ଜୟ ମାଆ ଭୟଙ୍କରୀ ll


କରାଳ ବଦନୀ ଉନ୍ମୁକ୍ତା ଜଘନୀ

   ଜୟ ପୀନ ପୟୋଧରା l

ସନ୍ତାନ ବତ୍ସଳା, କୁଞ୍ଚିତ କୁନ୍ତଳା

   ଜୟ ମାଆ ବିଶ୍ବମ୍ଭରା ll


ଜୟ ମା ଚଞ୍ଚଳି କରାଳି କଙ୍କାଳୀ 

   ଜୟ ମା କରୁଣାମୟୀ l

ଜୟ ଶିବାସନୀ ଶ୍ମଶାନ ବାସିନୀ

   ବିଘ୍ନସେନୀ ବରଦାୟୀ ll


ଜୟ ମା ଶଙ୍କରୀ ମାଆ କୃଶୋଦରୀ 

   ଜୟ ଭଦ୍ରେ ଭଦ୍ରାକାଳୀ l

ଜୟ ଜୟ କୃଷ୍ଣା ଜୟ ମା ସତୃଷ୍ଣା

   ଜୟ ମାଆ ମହାକାଳି ll


ଜୟ ମହାବିଦ୍ୟା ନାଶୁ ମା ଅବିଦ୍ୟା

   ଜୟ ମାଆ ଶକ୍ତିମୟୀ l

ଅଜ୍ଞାନୀ ବୋଲନ୍ତି ବିଜ୍ଞାନୀ ଜଗତେ

   ତୋ କରୁଣା କଣ ପାଇ ll


ଜୟ ମା ବରଦେ କିଳିକିଳା ନାଦେ 

   କମ୍ପାଉ ସାରା ମେଦିନୀ l

ମନ୍ଦାରମାଳିନୀ ତୋ ପଦେ ବନ୍ଦଇ

   ନମସ୍ତୁତେ ନାରାୟଣୀ ll

   


Rate this content
Log in

Similar oriya poem from Inspirational