ପଞ୍ଚଭୂତ
ପଞ୍ଚଭୂତ
ଅଳ୍ପ ଆୟୁରେ ଗଢା ଆମେ ସବୁ
ରହିଛି ଅନେକ ଆଶା
ଅଳ୍ପ ଦିନରେ ଯିବା ସବୁ ଆମେ
ଗଢ଼ିକି ସପନ ବସା।
କ୍ଷଣିକ ଜୀବନ ମନ ଆକାଶ
ପବନ ସମ ଏ ପ୍ରାଣ
ପଞ୍ଚଭୂତ ରେ ବିଲୀନ ଏ ଜୀବ
ମନେ ରଖିଥିବ ଜାଣ।
ତୋର ମୋର କହି ଜୀବନ ଯିବ
ପାଖରେ ନଥିବେ କେହି
ମଲା ବେଳକୁ ମଶାଣୀ ଭୂଇଁରେ
ସାଥେ ଥିବେ ଭାବଗ୍ରାହୀ।
ଇଚ୍ଛା ନାହିଁ ଆଉ ବଞ୍ଚିବି ବୋଲି
ସବୁତ ହୋଇଲେ ପର
ସ୍ୱାର୍ଥପର ଏହି ଦୁନିଆ ଟା ଯେ
ହୋଇବେ କିଏ ନିଜର।