STORYMIRROR

RAJANIKANT CHOUDHURY

Abstract

4  

RAJANIKANT CHOUDHURY

Abstract

ସେହି କଥା

ସେହି କଥା

1 min
418


କି ଦୁଃଖ କହିବି ତୁମରି କାନରେ

ଝୁରି ହେଉଛି ମୁଁ ସେହି ସ୍ମୃତିରେ,

ଅଦେଖା ଅଲୋଡ଼ା ସେହି କାହାଣୀ

ମାରି ଦିଏ ନିତି ସେହି ଚାହାଣୀ ।।

ତୁମେ ସିନା ଭୁଲିଗଲ ମୋ ରୂପକୁ

ମୁଁ ଭୂଳିନି ସେ ଅଭୁଲା ଦିନକୁ,

କହି ପାରୁନି ସେ ଅକୁହା କଥା

ଶୁଣିଲେ ପାଇବ ଅନେକ ବ୍ୟଥା ।।

ନିତି ସପନରେ ତୁମେ ଯେ ଆସ

ପାଣି ନଦେଇ ଦିଅ ଯେ ଶୋଷ,

ଅଯଥାରେ ମୁଁ ଦୋଷ ଯେ ଦିଏ

ବୁଝି ନପାରି ମୁଁ କଷ୍ଟ ପାଏ,।।

ବାସ୍ କହୁଛି ଆଜି ଶୁଣ ସେ କଥା

ପୁରୁଣା ଦିନର ଅନେକ ବାର୍ତା,

ଥିଲି ସେ ଦିନ ସମସ୍ତଙ୍କ ପ୍ରିୟ

ଆଉ ଜଣେ ନେଲା ତାର ଶ୍ରେୟ ।।



Rate this content
Log in

Similar oriya poem from Abstract