STORYMIRROR

Kalandi pal

Inspirational

3  

Kalandi pal

Inspirational

ସେଥିପାଇଁ କଳା ରଙ୍ଗ

ସେଥିପାଇଁ କଳା ରଙ୍ଗ

1 min
342

ଆତ୍ମା ଅବିନାଶୀ ତମସାରୁ ସୃଷ୍ଟି

  ନିଦେ ଅଚେତନେ ଯାହା 

ଆଲୋକ ଦୁନିଆଁ ଅଢେଇ ଦିନିଆଁ

  ଖୋଜେ ତମସାର ରାହା l0l


ଚକ୍ଷୁ ମୁଦି ଦେଲେ ଘୋର ଅନ୍ଧକାରେ

  କାଳ ରୂପେ ଦିଶେ କଳା 

ସେ କାଳପୁରୁଷ କେ ନୁହେଁ ଦେବେଶ

  ତୁମେ ପ୍ରଭୁ ଚକାଡୋଳା 

ସେଥିପାଇଁ ତୁମେ ରତନ ବେଦିରେ

  କଳା ରଙ୍ଗେ ଚଉବାହା l1l


ପାର୍ଥିବ ଶରୀର ରାଜ ସୁଖ ଯାର

  ପଞ୍ଚ ଇନ୍ଦ୍ରିୟରେ ଛନ୍ଦି 

ତା ମଧ୍ୟରେ ଆତ୍ମା ଅନ୍ଧାରି ଦେବତା

  ଥାଏ ହୃଦୟରେ ବନ୍ଦୀ 

ବାସ ତା ଅନ୍ଧାରେ ମିଶେ ସେ ଅନ୍ଧାରେ

  ଅନ୍ଧାର ତାହାର ସାହା l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational