ବିହଙ୍ଗ
ବିହଙ୍ଗ
ଉପହାସ ନୁହେଁ ଅବକାଶ ନୁହେଁ
ମନର ଏହି ଯେ କ୍ଷୋଭ,,
କେତେଦିନ ଆଉ ନିରୀହ ବିହଙ୍ଗ
ମେଣ୍ଟିବ ତାଙ୍କ ଅଭାବ,।
କୁଆ ବଗ ଆଉ ହଲଦିବସନ୍ତ
ଶୁଭୁନି ତାଙ୍କ ଯେ ସ୍ୱର,,
ନାହିଁ ତାଙ୍କ ସୁରକ୍ଷିତ ବାସସ୍ଥାନ
ହୋଇଗଲା ଛାରକାର,।
ପରିବେଶ ଆଜି ବିଷ ବଳୟରେ
ମିଳୁନି ବିଶୁଦ୍ଧ ବାୟୁ,,
କେମିତି ବଞ୍ଚିବ ଏହି ପକ୍ଷୀକୂଳ
କମିଲା ଯେ ତାଙ୍କ ଆୟୁ,।
କିଚିରୀ ମିଚିରୀ ଶବଦ ଶୁଭୁନି
ବିହଙ୍ଗ ହୋଇଲେ ଲୁପ୍ତ,,
କିଛି କରୁନି ଏ ମଣିଷ ଜାତି
କଣ ପାଇଁ ଆଜି ସୁପ୍ତ,।