Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajashree Behera

Inspirational

4  

Rajashree Behera

Inspirational

ଗରିବ ପାଇଁ ନ୍ୟାୟ ର ସଂଜ୍ଞା

ଗରିବ ପାଇଁ ନ୍ୟାୟ ର ସଂଜ୍ଞା

1 min
200


"ନେତା ମନ୍ତ୍ରୀ ଯୁଗ ଆସିଗଲା ଭାଇ

ଟଙ୍କା ଦେଇ କିଣ ନ୍ୟାୟ

ଅଦାଲତ ଏଠି ଲୁଚକାଳି ଖେଳେ

ଏଠି ଦୁର୍ନୀତିର ହୁଏ ଜୟ "


"ନ୍ୟାୟ ର ପତାକା ଭାଙ୍ଗି ପଡିଛି

ଆଜି ଉଡ଼ୁଛି ଅନ୍ୟାୟ ବାନା

ସତ୍ୟ ର ମନ୍ଦିର ଭୁଶୁଡି ପଡିଛି 

ଏଠି ଗରିବକୁ ନ୍ୟାୟ ମନା


"ଦୁଷ୍କର୍ମକାରୀ ଯେ ଦେବତା ସାଜିକି 

ଦିଏ ଭାଷଣ ଭଳିକି ଭଳି 

ଆମେ ଯେ ପଣ୍ଡିତ, ତା ଭାଷଣ ଶୁଣି 

ଆନନ୍ଦେ ମାରୁଛେ ତାଳି "


"ନ୍ୟାୟ ଭିକ୍ଷା ପାଇଁ ଅଦାଲତ ଗଲେ 

ମିଳେ ତାରିଖ ଉପରେ ତାରିଖ 

ହେଲେ ନ୍ୟାୟ ର ତାରିଖ କେବେ ଆସେନାହିଁ 

ଆଇନ୍ ବୁଝେନି ଗରିବ ଦୁଃଖ "


"ଗରିବ ହେଲେ ବି, ନାଗରିକ ମୁ 

ନ୍ୟାୟ ପାଇବା ମୋ ଅଧିକାର 

ଏଇ ଗରିବ ଭୋଟ୍ ରେ ନେତା ସାଜିକି ତୁ 

ଆଜି କରୁଛୁ ଆମକୁ ଧିକାର "



Rate this content
Log in

Similar oriya poem from Inspirational