STORYMIRROR

Rajashree Behera

Others

4  

Rajashree Behera

Others

ବୋଉ

ବୋଉ

1 min
188

"ତୋର ପଣତ,ମୋ ରକ୍ଷାର କବଚ

ପୋଛିନିଏ ସବୁ ଦୁଃଖ

ତୋ ସେଇ ପଣତେ ମୁହଁ ପୋଛିଦେଲେ

ପାଏ ମୁଁ ସରଗ ସୁଖ "।

      "ଦଶମାସ ଦଶଦିନ ଗର୍ଭରେ ଧରିତୁ

       ଜନମ ଦେଇଛୁ ମତେ

       ନିଜ ଚାକିରି ସମ୍ଭାଳି, ମତେ ବି ସମ୍ଭାଳୁ

        କେବେ ଟେକି ଦେଇନୁ କାହାରି ହାତେ" ।

 "ନିଜ ବ୍ୟସ୍ତ ବହୁଳ ଜୀବନେ ବି କେବେ

  ମାଗିନୁ କାହାକୁ ସାହାଯ୍ୟ ହାତ

  ଅତି ଆଦରରେ ପାଳି ବଡ ତୁ କରିଛୁ

  ହୋଇ ମଧ୍ୟ କାର୍ଯ୍ୟରତ" ।

        "କରୁଣାମୟୀ ତୁ ଦୟାର ସାଗର

        ତୋ ଚରଣରେ ମୋର ଘର

        କୋଟି ଦେବଦେବୀ ଲୋଡ଼ା ବା କାହିଁକି

         ତୁ ମୋ ମନ ମନ୍ଦିର " ।

 "ଟଙ୍କା ର ପଛରେ ଧାଇଁନୁ ତୁ କେବେ

  ତା ତୋର ବଡ ପଣ 

  ନିଷ୍କପଟ ମନେ କରିଯାଉ ତୋର କର୍ମ

  ସୁଝିପାରିବିନି ତୋର ଋଣ "।

         "ମୁଁ ଟିକେ କାନ୍ଦିଲେ, କାନ୍ଦିଦେଉ ତୁ

         ମୋ ଖୁସିରେ ହଉ ଖୁସିରେ

         ମୋ ବ୍ୟସ୍ତ ଦେଖି, ବ୍ୟସ୍ତ ହୋଇପଡୁ

          ମୁଁ ହସିଦେଲେ ଦଉ ହସି "।

 "ତୋ ଗୁଣ ଗାରିମା -ଅବର୍ଣ୍ଣନୀୟ

 ଯେତେ ଲେଖିଲେ ବି ସରିବନି

 ଯେତେ ବଡ ହୁଏ ପଛେ, କେବେ ଛଡିବିନି

  ତୋ ସ୍ନେହଭରା ପଣତର କାନି "।

   

                 


Rate this content
Log in