STORYMIRROR

Sadananda Sahoo

Inspirational

4  

Sadananda Sahoo

Inspirational

'କମନୀୟ ସୃଷ୍ଟି ସମ୍ଭାର'

'କମନୀୟ ସୃଷ୍ଟି ସମ୍ଭାର'

1 min
257


ଏଜଗତ ସାରସ୍ୱତ ସୃଷ୍ଟିର ସମ୍ଭାର 

ପ୍ରକୃତିର ରମ୍ୟ ରୂପ ଆହା କି ସୁନ୍ଦର !!

ଜଗତର ସୃଷ୍ଟିକର୍ତ୍ତା ଶାଶ୍ୱତ ବିନ୍ଧାଣି

କମନୀୟ ରୂପକାନ୍ତି ଦେଇଛନ୍ତି ଆଙ୍କି !!

ନଦ ନଦୀ ସମୁଦ୍ରରେ ମୁକ୍ତାର ପରଶ

ଆହା କି ବିନ୍ଧାଣୀ ସତେ ଭାବନା ସରସ !!

ସାଗର ବୁକୁରେ ଖେଳେ ଢେଉ ମାଳମାଳ

ଶୋଭା ପାଏ ସାଗରରେ ନୀଳରାଶି ଜଳ !!

ମତ୍ସ୍ୟକନ୍ୟା ଚାଲିବାକୁ କୋମଳ ପାଦରେ 

ବାଲିଶଯ୍ୟା ଗଢ଼ିଛି ସେ'ସାଗର ବୁକୁରେ !!

ଆକାଶରେ ଶୋଭା ପାଏ ସୂର୍ଯ୍ୟ ଚନ୍ଦ୍ର ତାରା

ସତ୍ୟର ପ୍ରତୀକ ବୋଲି ଜାଣିଚି ଏ'ଧରା !!

ମରୁଭୂମେ ରୋପିଚି ସେ 'ପାନ୍ଥତରୁ ଲତା

ତୃଷା ନାଶେ ପଥିକର ହୋଇଣ ଭରସା !!

ସବୁଜିମା ବସ୍ତ୍ର ସିଏ କରିଚିକି ଦାନ

ଧରଣୀ ମାଆଟା ଆମ ହସେ ସବୁଦିନ !!

ସରୋବରେ କଇଁ ହସେ ଜହ୍ନମାମୁଁ ଦେଖି 

କମଳିନୀ ପ୍ରିୟା ଝୁରେ ସୂରୁଜକୁ ବେଶି !!

ଦୂରଦେଶୀ ବନ୍ଧୁ ପରି ପର୍ବତ ଶିଖର

ଶୀହରଣ ସୃଷ୍ଟିକରେ ଝୁରେ ମନପ୍ରାଣ !!

କବି ଖୋଜେ ଦୁର୍ଗ ଭେଦି ଦୁର୍ଗମ ଅଂଚଳ 

ନିଘଞ୍ଚ ଅରଣ୍ୟେ ଦେଖେ କେତେ ମହାଦୃମ !!

ଆକାଶରେ ଟିକିଟିକି ତାରା ଫୁଲମାଳ

ରାତ୍ରୀ ରାଣୀ ପଣତରେ ହୀରା ମୋତି ଝୁଲ.!!

 ଧରଣୀ ମାଆ କୋଳେ ଫୁଟେ ସୁକୋମଳ ଫୁଲ

 ରଙ୍ଗ ବେରଙ୍ଗର କେତେ କାମିନୀ କାଞ୍ଚନ.!! 

କବିଟା ବିମୁଗ୍ଧ ସତେ ଏ' ଅପୂର୍ବ ସମ୍ଭାରେ

ଲେଖନୀରେ ତୋଳି ଧରେ ସରାଗ ମନରେ!! 



Rate this content
Log in

Similar oriya poem from Inspirational