STORYMIRROR

Trushna Das

Inspirational

4  

Trushna Das

Inspirational

କରୋନା

କରୋନା

1 min
253

କରୋନାର ଭୟାଭୟ କଥା

କାହାକୁ ବା ଅଜଣା 

ଖେଳୁଛି ମୃତ୍ୟୁର ତାଣ୍ଡବଲୀଳା

ଦାରୁଣ ହୋଇଛି ଆର୍ଥିକ ଅବସ୍ଥା।। 


କରୋନା ଏମିତି ଏକ ମହାମାରୀ 

ତାହା ଚୀନ ଦେଶରୁ ସୃଷ୍ଟି ହୋଇ

ସାରା ବିଶ୍ୱରେ ଯାଇଛି ବ୍ୟାପି

କରିଛି କେତେ ଯେ ଧନ ଜୀବନର କ୍ଷୟ କ୍ଷତି।। 


କରୋନା ଏତେ ଯେ ଭୟଙ୍କର

ସ୍ପର୍ଶରେ, ନିଃଶ୍ୱାସ ପ୍ରଶ୍ୱାସରେ ବ୍ୟାପୁଛି ହୋଇ ତର ତର

ଏହି ମହାମାରୀର ଅନେକ ଲକ୍ଷଣ

ଲୋକେ ହେଉଛନ୍ତି ଆତଙ୍କିତ।। 


କରୋନାର ପ୍ରତିକାର ପାଇଁ 

ହେଲା ଲକ ଡାଉନ 

ସମଗ୍ର ଦେଶର ଆର୍ଥିକ ହୋଇଲା ଖରାପ

ହେଲେ ଏବେ ଯାଏଁ ସରି ନାହିଁ କରୋନାର ପ୍ରକୋପ।।


କରୋନାରେ କେତେ ଯେ ଲୋକ 

ହରାଇଲେ ଜୀବିକା ନିଜର

କେତେ ଲୋକ ହରାଇଲେ ନିଜ ଲୋକଙ୍କୁ ହୋଇଲେ ଅନାଥ

ଭୟରେ ଜୀବନ ହୋଇଲା ଥର ଥର।। 


କରୋନାରେ ଦାଦନ ଶ୍ରମିକ 

ନିଜ ଘରକୁ ଫେରିବା ପାଇଁ ହୋଇ ପଡିଲେ ଅସ୍ତ ବ୍ୟସ୍ତ 

ସରକାର ସେମାନଙ୍କୁ ବଢାଇଲେ ସହାୟତାର ହାତ

ସେମାନେ ଫେରି ଆସି ନିଜର ଜୀବିକା ହରାଇ ବସିଛନ୍ତି ଘରେ ହୋଇ ନିରାଶ।। 


ବୈଜ୍ଞାନିକ ଓ ଡାକ୍ତରମାନେ ସମଗ୍ର ବିଶ୍ୱର 

ଲାଗି ପଡିଛନ୍ତି ବାହାର କରିବାକୁ ପ୍ରତିରୋଧକ ଟୀକା କରୋନାର

ହେଲେ ଏବେ ଯାଏଁ ସେମାନେ ହୋଇ ପାରି ନାହାନ୍ତି ସଫଳ

କାରଣ ଏ ମହାମାରୀ ଯେ ଏତେ ଭୟଙ୍କର।। 


କରୋନା ସମୟରେ ଦିନ ରାତି 

ଡାକ୍ତର ଓ ନର୍ସମାନେ ଏକ କରି

ନିଜ ଜୀବନକୁ ବାଜି ଲଗାଇ 

ନିଜକୁ ନିୟୋଜିତ କରିଛନ୍ତି ରୋଗୀ ସେବା ପାଇଁ।। 


ଏହି କରୋନା ସମୟରେ ସମସ୍ତ ପୋଲିସ ଓ ସୁରକ୍ଷା କର୍ମୀ 

ନିଜ ଘର ସଂସାରକୁ ଭୁଲି

କରୋନା ବ୍ୟାପିବାକୁ କମାଇବା ପାଇଁ 

ଲାଗି ପଡିଛନ୍ତି ଜନ ସେବାରେ, ନିଜ ଜୀବନକୁ ଲଗାଇ ବାଜି।। 


କରୋନା ମହାମାରୀ ପାଇଁ 

ଲୋକମାନଙ୍କ ମନରେ ଖେଳୁଛି ନିରାଶାର ଲହରୀ 

ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି 

କେବେ ଯିବ ଏ କରୋନା ଆମ ପୃଥିବୀକୁ ଛାଡ଼ି।। 


ଏବେ ଚାରି ଆଡେ ପଡିଲାଣି ହୁରି

ହେ କରୋନା ତୁ ଯାଆ ଆମ ପୃଥବୀକୁ ଛାଡ଼ି 

କଣ ଏ ଯାଏଁ ତ ମନ ବୁଝି ନାହିଁ

କରି ଏତେ କ୍ଷୟ କ୍ଷତି।।


ଏବେ ସବୁ ଧର୍ମର ଲୋକମାନେ ଏକ ହୋଇ 

କରୁଛନ୍ତି ପ୍ରାର୍ଥନା ନିଜ ନିଜ ପ୍ରଭୁଙ୍କ ପାଖରେ ନିତି

କରୋନା ରୂପୀ ରାକ୍ଷସକୁ କରିବା ପାଇଁ ଗ୍ରାସ ଜଲଦି 

ଜୀବ ଜଗତକୁ ମିଳିବ ତ୍ରାହି।।


Rate this content
Log in

Similar oriya poem from Inspirational