ପାଗଳ
ପାଗଳ
ପ୍ରତାରଣାର କି ସ୍ୱର ଅଛି!!
କିନ୍ତୁ ଆହ୍ୱାନ ତ କରେ ନା!!
କ୍ଷତ ବିକ୍ଷତ କରି..
ନିଜ ଉପସ୍ଥିତି ଜଣାଇ ଦିଏ..
କିନ୍ତୁ ତାକୁ କଣ କେହି ଶୁଣିଛି??
ପ୍ରେମ ସମବେଦନାର କଣ ସ୍ୱର ଅଛି!!
କିନ୍ତୁ ସେ ବି ତ ଉପସ୍ଥିତି ଜଣାଏ ନା!!
ଉତ୍ତପ୍ତ ପ୍ରାଣ ଶୀତଳ କରି..
ଜୀବନ ମହତ୍ତ୍ଵ ବୁଝାଏ..
କିନ୍ତୁ.. କେହି କଣ ତା ଡ଼ାକ ସତରେ ଶୁଣିଛି??
ବେଦନା କରୁଣା ଯାତନାର ସ୍ୱର ଶୁଣା ଯାଏ କି!!
ନା କ୍ରନ୍ଦନକୁ କିଛି କହି ହୁଏ..
କ୍ରନ୍ଦନ ତ କେବଳ ଉପସ୍ଥିତି ଜଣାଏ..
ସେ କଣ ଦୁଃଖ କଷ୍ଟର ସ୍ୱର ହୋଇପାରେ!!
କିନ୍ତୁ.. ଯେ ଆସିଛି.. ତା ଡାକରା ନିରବ ତ ନୁହେଁ!!!
ନ ଶତୃତା ନା ଆତ୍ମୀୟତା..
କୁହ କାହାର ବା ସ୍ୱର ଅଛି..!!
କେହି କେବେ କଣ କାହାକୁ ଶୁଣେଇ ପାରିଛି!!
କିନ୍ତୁ ଏପରି କିଛି ଅଛି କି!!
ଯାହା ଆମନ୍ତ୍ରଣ କେବେ ନିରବେ ହୋଇଛି!!??
ବୋଧେ ଅନ୍ତର୍ମନର ମାନସ ପଟଳେ..
ଭାବନାର ସୁନେଲି ଆଭାରେ..
ଉଦ୍ଭାସିତ ଅବା ଅବଦମିତ ହୋଇ...
ଥକ୍କା ମାରି ଥରେ ବସିଗଲା ପରେ..
ଯାହା ହୃଦୟ ଝଙ୍କୃତ କରେ..
ସେ ହିଁ ଅଟେ ସେ ଅନ୍ତଃସ୍ୱର..
ଯା ପାଇଁ.. ଆଜି ବି.. ସମସ୍ତେ ପାଗଳ!!!