Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhu Mita

Romance

4  

Madhu Mita

Romance

ଲୁହର ସନେଟ୍

ଲୁହର ସନେଟ୍

1 min
228


କିଛି ସ୍ବପ୍ନ ଭାଙ୍ଗି ଚୂରମାର ହୋଇ ଗଲା ପରେ ଆପେ ଆସେ...l

କିଛି ସ୍ବପ୍ନ ପୁଣି ବାସ୍ତବ ହୋଇଲେ ସ୍ଵୟଂ ସେ ଆତ୍ମ ପ୍ରକାଶେ…ll

କିଛିଟା ସମୟ ହଜିଗଲା ପରେ ଖୋଜି ଖୋଜି ଆସିଯାଏ…l

କିଛିଟା ସମୟ ସରି ନ ପାରିଲେ ଘୋଷାଡି ଆସି ସେ ଯାଏ…ll


କେବେ ଆସେ ପୁଣି ପ୍ରେମ ସହିତରେ ବଚନ ଶବ୍ଦରେ ଭାସି…l

କେବେ ଆସେ ପୁଣି ପ୍ରତାରଣା ସହ ଶୂନ୍ୟ ଚାହାଣୀରେ ବସି…ll

କେବେ ଆସେ ଦେଖି ଦୁରଦେଶ ବନ୍ଧୁ ଆସିଲେ ହୋଇ ନିଜର…l

କେବେ ଆସେ ଦେଖି ଦୁରେଗଲେ କେହି ଚିହ୍ନାଜଣା ହୋଇ ପର…ll


ଆସେ ପୁଣି ଦେଖି ସୁନା ଫଳିଗଲେ ସବୁଜିମା କ୍ଷେତ ପରେ…!

ଆସେ ପୁଣି ଯେବେ ମରୁଡି କବଳେ ମାଟି ମା'ଟି ଆଁ କରେ…ll

ଆସେ ଦେଖି ବୃଦ୍ଧ ବାଳୁତ ଯୌବନ ଶୈଶବ ଆନନ୍ଦ ହେଲେ…l

ଆସେ ଦେଖି ପୁଣି ଆଶାର ନଉକା ପାରାବାରେ ହଜିଗଲେ...ll


ଅତି ଆପଣାର ଅଟେ ସେ ଲୋତକ ରୁଧିର ସେ ଯେ ମନର…l

ଅତି ଖୁସି ଅବା ଦୁଃଖ ହେଉ କୁହେ କଥା ସବୁରି ମନରll


Rate this content
Log in

Similar oriya poem from Romance