ପ୍ରାର୍ଥନା କରୁଛି ପ୍ରଭୂ ଏଇଠୁ ...
ପ୍ରାର୍ଥନା କରୁଛି ପ୍ରଭୂ ଏଇଠୁ ...
ଦର୍ଶନ ନଦେଇ ଲୁଚିଗଲ ବୋଲି
ନିତି ଦେଉଥିଲି ଦୋଷ ତୁମ୍ଭଙ୍କୁ
ଏବେ ଲାଜ ଲାଗେ ପୁରୀ ଯିବାକୁ .....
ଏତେ ସରି ହୋଇ ମଣିଷ
ଅହଂକାର ହେଲାନି ଶେଷ
କଳଙ୍କ କାଳିମା ବୋଳି ହୋଇ ଆଉ
ମୁହଁ ଦେଖେଇବ କୁହ କାହାକୁ ।।
ଦୁଃଖ ବେଳେ ଖୋଜେ ତୁମ୍ଭଙ୍କୁ
ସୁଖରେ ନ ଚାହେଁ ମୁହଁକୁ
ସ୍ୱାର୍ଥେ ଅନ୍ଧ ହୋଇ ମଣିଷ ପଣିଆ
ଗଲାଣି ତ ଦେଖ ସବୁ ଚୁଲିକୁ ।।
କି ମୁହଁରେ ଯିବି ତୋ ପାସ
ନାହିଁ ମୋର କିଛି ବି ଆଶ
ଜଗତ ମଙ୍ଗଳ କାମନା ର ଅର୍ଥେ
ପ୍ରାର୍ଥନା କରୁଛି ପ୍ରଭୂ ଏଇଠୁ ।।
