STORYMIRROR

Nrusingha Prasad Mishra

Inspirational

4  

Nrusingha Prasad Mishra

Inspirational

ପ୍ରାର୍ଥନା କରୁଛି ପ୍ରଭୂ ଏଇଠୁ ...

ପ୍ରାର୍ଥନା କରୁଛି ପ୍ରଭୂ ଏଇଠୁ ...

1 min
171

ଦର୍ଶନ ନଦେଇ ଲୁଚିଗଲ ବୋଲି  

ନିତି ଦେଉଥିଲି ଦୋଷ ତୁମ୍ଭଙ୍କୁ 

ଏବେ ଲାଜ ଲାଗେ ପୁରୀ ଯିବାକୁ ..... 


ଏତେ ସରି ହୋଇ ମଣିଷ 

ଅହଂକାର ହେଲାନି ଶେଷ 

କଳଙ୍କ କାଳିମା ବୋଳି ହୋଇ ଆଉ 

ମୁହଁ ଦେଖେଇବ କୁହ କାହାକୁ ।। 


ଦୁଃଖ ବେଳେ ଖୋଜେ ତୁମ୍ଭଙ୍କୁ 

ସୁଖରେ ନ ଚାହେଁ ମୁହଁକୁ  

ସ୍ୱାର୍ଥେ ଅନ୍ଧ ହୋଇ ମଣିଷ ପଣିଆ 

ଗଲାଣି ତ ଦେଖ ସବୁ ଚୁଲିକୁ ।। 


କି ମୁହଁରେ ଯିବି ତୋ ପାସ

ନାହିଁ ମୋର କିଛି ବି ଆଶ 

ଜଗତ ମଙ୍ଗଳ କାମନା ର ଅର୍ଥେ 

ପ୍ରାର୍ଥନା କରୁଛି ପ୍ରଭୂ ଏଇଠୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational