STORYMIRROR

Nrusingha Prasad Mishra

Others

3  

Nrusingha Prasad Mishra

Others

ବ୍ରହ୍ମ ନାମ

ବ୍ରହ୍ମ ନାମ

1 min
451

ନିତି ଭଜୁଥା ତୁ ବ୍ରହ୍ମ ନାମ ରେ ମନ ।

ଭଜି ନପାରିଲେ ନେବ ଜମ ରେ ମନ।


କଳାରେ ଜନମି ମର୍ଯ୍ୟାଦା ପୁରୁଷ

ହୋଇଲେ ପୁରୁଷୋତ୍ତମ

ଏକ କଳାକୁ ଯେ ଷୋଳ କଳା କରି

ଦ୍ୱାପରେ ବିହରେ ଶ୍ୟାମ

ରେ ମନ

ତୁ ତ ଷୋଳ କଳା ପରିପୂର୍ଣ୍ଣ ରେ ମନ ।


ମନୁଷ୍ୟ ଶରୀରେ ଜନମିଣ ଦୁହେଁ

ହୋଇ ଗଲେ ଭଗବାନ

ନିର୍ବୋଧ ମାନବ ବୁଝି ନପାରଇଁ

ନର ରୂପ ନାରାୟଣ

ରେ ମନ

ସ୍ୱଃ ଅହଂ ତତ୍ତ୍ୱ ଗୋଟି ଜାଣ ରେ ମନ ।


ସଂସାର ପୂଜିବ ନାମ ଅରଜିବ

କରୁଥିଲେ ସତକର୍ମ

ପରମବ୍ରହ୍ମଙ୍କର କୃପା ବରସିବ

ଜଗତେ ହେବ ସୁନାମ

ରେ ମନ

ମାନବିକତା ହିଁ ଶ୍ରେଷ୍ଠ ଧର୍ମ ରେ ମନ ।

ନିତି ଭଜୁଥା ତୁ ବ୍ରହ୍ମ ନାମ ରେ ମନ ।




Rate this content
Log in