STORYMIRROR

Nrusingha Prasad Mishra

Classics Inspirational

4  

Nrusingha Prasad Mishra

Classics Inspirational

ଆକାର ପାଇଛି ଦେଖ ନିରାକାରରେ

ଆକାର ପାଇଛି ଦେଖ ନିରାକାରରେ

1 min
383

ଆଖି ଯେବେ ଲାଖି ଯାଏ ଚକାଆଖିରେ

ପାପ ସବୁ ବହିଯାଏ ଲୋତକ ଧାରେ ......।


ଜଣା ଅଜଣାରେ ଯାହା ପାପ ସବୁରେ 

ପଶ୍ଚାତାପ ଭରି ଦିଏ ମନ ମଧ୍ୟରେ

ଚକାଆଖି ତାହାର

ଅଟେ କି ଯାଦୁକର

ଭୁଲାଇ ଦିଏ ସେ ଦୁଃଖ ମୂହୁର୍ତ୍ତକରେ... ।।


କୋଟି ପୁଣ୍ୟ ଫଳ ମିଳେ ଦରଶନରେ

କୋଟିରେ ଗୋଟିଏ ଦିଅଁ ନୀଳାଚଳରେ

ଚାରିଧାମ ମଧ୍ୟରେ

ସର୍ବଶ୍ରେଷ୍ଠ ଏହିରେ

ମନସ୍କାମ ପୁରା ହୁଏ ଏହି ତୀର୍ଥରେ.... ।।


ବ୍ରହ୍ମ ବଚନ ତ ଏହି ମିଥ୍ୟା ନୋହିରେ

ଦର୍ଶନରେ ମୋକ୍ଷ ପୁନର୍ଜନ୍ମ ନାହିଁରେ

ଧନ୍ୟ ଇନ୍ଦରଦ୍ୟୁମ୍ନ

ରୂପ ଦେଇଛ ବ୍ରହ୍ମ

ଆକାର ପାଇଛି ଦେଖ ନିରାକାରରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics