STORYMIRROR

RAJANIKANT CHOUDHURY

Inspirational

4  

RAJANIKANT CHOUDHURY

Inspirational

ଲହଡ଼ି

ଲହଡ଼ି

1 min
8

ମନପକ୍ଷୀ ମୋର ଉଡିଗଲା କାହିଁ

   ନେଇକି ଦୁଃଖର ବୋଝ

ଜୀବନର ଏହି ଅକୁହା କାହାଣୀ

   ପଡ଼ିଛି ଦୁଃଖର ଶେଯ।।

ଜୀବନ ଯମୁନା ବହିଯାଏ ଦୁରେ

   ଅନେକ ବାଧା କୁ କାଟି,

ସାଗର ବେଳାରେ ବିସ୍ତୀର୍ଣ୍ଣ ବାଲୁକା

  ସେଥିରେ ଖୋଜେ ଯେ ମାଟି।।

ସଂସାର ଦୁଃଖରେ ହଜିଯାଏ ସୁଖ

  ପାପ ପାଖରେ ଯେ ପୁଣ୍ୟ,

କୋଟି ଜନମର ଏ ଜୀବନ ଚକ୍ର

   ମରିଗଲେ ହୁଏ ଶୂନ୍ୟ।। 

ଆଶା ର ଜୁଆରେ ନିରାଶ ଲହଡ଼ି

  ଧୋଇ ଦିଏ ନୀତି ସୁଖ,

ଅଳପ ଦିନର ଏ ଜୀବନ ଯାତ୍ରା

  କାହିଁକି ସ୍ୱାର୍ଥକୁ ଦେଖ।।

   



Rate this content
Log in

Similar oriya poem from Inspirational