ମୋହ ମାୟା
ମୋହ ମାୟା
ଆଖିରେ ନାହିଁ ଆଉ ଲୁହ କାନ୍ଦିବାକୁ
ମନରେ ନାହିଁ ଆଶା କିଛି,
ପାଟିରେ ନାହିଁ ଆଉ ଶବ୍ଦ କହିବାକୁ
ହୃଦୟେ ନାହିଁ ଆଉ କିଛି।
ସଂସାର ଆଜି ଉଜୁଡ଼ି ଚାଲିଛି ସବୁ
ଦେଖିବାକୁ କେହି ନାହାନ୍ତି,
ଅମୃତ ଫଳ ଫଳିଲେ କି ଲାଭ ହେବ
ବିଷ ଫଳ ସବୁ ଖାଆନ୍ତି।
ମୋହ ମାୟା ଆଉ ଯେ ଛଳନାର ଖେଳ
ଶେଷରେ ଯେ କଷ୍ଟ ପାଆନ୍ତି,
ଅନ୍ଧାରର ରାଇ ଯେ ଆଲୋକ ଖୋଜନ୍ତି
ସୁଖ ଛାଡ଼ି ଦୁଃଖେ ରୁହନ୍ତି।