Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

3  

Suresh chandra Padhy

Inspirational

କାର୍ତ୍ତିକ ସୋମବାର

କାର୍ତ୍ତିକ ସୋମବାର

1 min
207



ମହା ପୁଣ୍ୟ କାର୍ତ୍ତିକ ଆସ ଲୋ

        ଯିବା ଆମେ ଶିବ ମନ୍ଦିର

ତୁଣ୍ଡେ ଉଚାରି ଯିବା ଆସ ଲୋ

        ଗାଇ ଯିବା ପଞ୍ଚାକ୍ଷର ।


ଭୋଳା ବାବା କରି ଦେବେ କରୁଣା 

ଶ୍ରଦ୍ଧାରେ ପୁଜିବା କରନା ମନ ଉଣା

ଧନୀ ଗରିବ ସେ ଦେଖିବେନି କିଛି

ମନ ଦେଖିବେ ମହେଶ ଭକ୍ତି ତୋ ଅଛି ।


ପ୍ରଭାତ ବେଳାରେ ଯିବା ଆସ ଲୋ 

       ଆକାଶୁ ଝରେ କାକର

ପବିତ୍ର ଭାବରେ ଆମେ ଯିବା ଲୋ

       ହାତେ ଧରି ଗଙ୍ଗା ନୀର ।


ଭକ୍ତ ଙ୍କ ସଙ୍ଗାତେ ଆସ ମିଶି ଯିବା

ଶିବ ଙ୍କ ଚରଣେ ଦୁଃଖ ଜଣାଇବା

ଅନାଥଙ୍କ ସାହା ହେବେ ତ୍ରିଲୋଚନ

ଜାଳି ଦେବା ଦୀପ ଦୁଃଖ ହେବ ମୋଚନ ।


ଅଭାବ ଜୀବନେ ଦେଖି ଯିବା ଲୋ

         ଶିବ ହିଁ ତ ଓଁ କାର

ଶିବ ଙ୍କ ବିନା କିଏ ଆମର ଲୋ

          ମିଛ ଏ ସାରା ସଂସାର ।


Rate this content
Log in

Similar oriya poem from Inspirational