STORYMIRROR

Madhabi Patel

Inspirational

4  

Madhabi Patel

Inspirational

ନିଜ ସଂଘର୍ଷର କାହାଣୀ

ନିଜ ସଂଘର୍ଷର କାହାଣୀ

1 min
215

ନିଜ ସଂଘର୍ଷର କାହାଣୀ

ବାପା ବୁଧୁରାମ ମାଆ ତିଲୋତ୍ତମା

ତିନିଝିଅ ରୂପଗୁଣେ ଅନୁପମା।

ଚାଷି ପରିବାର ସୁଖ ଦୁଃଖର

ପରିଶ୍ରମ କଲେ ଚଳେ ସଂସାର।

ବାପା ମାଆ ଯାନ୍ତି କ୍ଷେତ ଖଳାକୁ

ଋତୁ ଅନୁସାରେ କାମ ତାଙ୍କର।

କେବେ ଧାନ କେବେ ଆଖୁ ଫସଲ

କେବେ ମରିଚ ତ କେବେ ପାତଲ।

ଶୋରିଷ କ୍ଷେତରେ ହଳଦୀ ରଙ୍ଗ

ଉଡି ବୁଲୁଥାନ୍ତି କେତେ ବିହଙ୍ଗ।

ପ୍ରକୃତି ରାଣୀର ଅପାର ଶୋଭା

ଗାଁର ଉପମା କି ଅବା ଦେବା।

ସେଇ ଗାଆଁ ଝିଅ କାମେ ନିପୁଣା

ଗୃହ ବାହାର ସବୁ କାମଜଣା।

ବାପା ମାଆଙ୍କୁ ସହଯୋଗ ଦେଇ

ସ୍କୁଲପାଠ ସଙ୍ଗେ ପୁରାଣ ବହି।

ପଢା ପଢିରେ ଥାଏ ତାଙ୍କ ମନ

ଲୋକେ କୁହନ୍ତି ପାଠ ହେବ କଣ?

ତଥାପି ଜିଦିରେ ପାଠ ପଢନ୍ତି।

ସ୍କୁଲ ପାଠ ସାରି କଲେଜ ଯାନ୍ତି।

ନାନୀ କରେଏମ୍ଏ ସିଏ ବିଇଡି

ଗୋଟେ ଗୋଟେ ସିଡି ଯାଆନ୍ତି ଚଢି।

ବଡ ଝିଅ ଅଧ୍ୟାପିକା ହୋଇଲା

ମଝିଆ ସ୍କୁଲରେ ଶିକ୍ଷୟତ୍ରୀ ହେଲା।

ଛୋଟ ଝିଅ ହେଲା ରୋଗ ଶିକାର

ମାନଶିକ ରୋଗି ଦୁଃଖ ତାହାର।

ହୀନକପାଳି ସେ ଜନମ ଦୁଃଖି।

ସଦା କଷ୍ଟ ରହି ଥାଏତା ଲାଖି।

ବଡଝିଅ ଦୁହେଁ ଚାକିରି କଲେ

ଉତ୍ତମ ଘରସଂସାର ଚଳେଇଲେ।

ବାପା ମାଆ କରି ଅନେକ କଷ୍ଟ

ଭାବିଥିଲେ ହେବେ ପିଲାଏ ଶ୍ରେଷ୍ଠ।

ଅଭାବ କଷ୍ଟେ ଦିନ କଟୁଥିଲା

ମନ ଆଶାସବୁ ଅଧା ରହିଗଲା।

ପାଠ ପଢି ଯେବେ ହେଲେ ସବଳ

ଭାଗ୍ୟଲକ୍ଷ୍ମୀ ତାଙ୍କୁ ପାଇଲେ ଭଲ।

ବାପଘରେଥିଲେ ଅଭାବସହି

ସ୍ବାମୀଘରେ ସବୁ ସୁଖ ମିଲଇ।

ତଥାପି ମନରେ ନାହିଁତା ଗର୍ବ

କର୍ମ ଜଞ୍ଜାଳରେ ରୁହନ୍ତି ଆଗ।

ଆପଣା କାମକୁ ନିଜର ହାତେ

କରି ସମ୍ପାଦନ୍ତି ନିଜ ସାମର୍ଥ୍ୟେ।

ପର ଉପକାରୀ ମନ ଦରଦୀ

ପର ସୁଖେ ଦୁଃଖେ ହୁଅନ୍ତି ଭାଗି।

ମଝିଆ ଝିଅଟି ସମ୍ବେଦନ ଶୀଳ

ପର ଦୁଃଖରେ ହୁଏ କଲବଲ।

ଯାହା ତା ମନରେ ଭାବନା ଆସେ

କାହାଣୀ କବିତା ଲେଖି ପରଶେ।

ପ୍ରଭୁଙ୍କ ଚରଣେ ତାହାର ଚିତ୍ତ

ପିଉଥାଏ ସଦା ଭାବ ଅମୃତ।



Rate this content
Log in

Similar oriya poem from Inspirational