କଇଁଛ କାଢ଼ିଛି ବେକ ..
କଇଁଛ କାଢ଼ିଛି ବେକ ..
ବେଳେ ବେଳେ ହସ ଲାଗେ
ଲାଗେ ବଡ ଲାଜ ,
ଦେଖି ଏ ଦୁନିଆରେ ବିକୃତ ଯେବେ ହୁଏ ସଜ ବାଜ.
ରୂପ ବିକୃତେ ସଜ ବାଜ ବଢାଏ ବାହ୍ୟ ସୁନ୍ଦରତା ,
ମନ ବିକୃତ ହେଲେ ସଜ ବାଜେ ନ ଢାଙ୍କେ ବିକୃତତା.
ଛଦ୍ମବେଶେ ଭାବେ ବଢିବ ତା ଟେକ ,
କିନ୍ତୁ ଲାଗେ "କଇଁଛ କାଢ଼ିଛି ବେକ ".
ମିଠା ମିଠା କିଛି ଶବ୍ଦେ ଖେଳେ ଲୁଚକାଳି ,
କରେ ଅଧର୍ମ, କିନ୍ତୁ ଜପେ ଧର୍ମ ଜପାମାଳି.
ଅସହ୍ୟ ହୁଏ ତାକୁ ଏହି କୁତ୍ରିମ ଭାବର ରୂପ ,
ଢାଳି ଦିଏ ଅଜସ୍ର କୁଶବ୍ଦ ଏକାନ୍ତେ ପାଇ ସ୍ୱରୂପ.
ବିଷଧର ସର୍ପ ସମ ଯେବେ କରେ ଆକ୍ରମଣ,
କେତେ କେତେ ହୃଦୟକୁ କରେ ସେ ଛିନ୍ନ ଛିନ୍ନ.
କିଏ କହେ ତାକୁ ଦୋମୁହାଁ କରୁଛି ନାଟକ ,
ଲାଗେ ସତେ " କଇଁଛ କାଢ଼ିଛି ବେକ ".
ସ୍ୱାର୍ଥପର ସେ ନିଜ ସ୍ୱାର୍ଥ ସାଧନ ପାଇଁ ,
କୁଚିନ୍ତାରେ ଡୁବି ରହି ହୁଏ ହାଇଁପାଇଁ .
ବୁଦ୍ଧି ବିଦ୍ୟା ଜ୍ଞାନ ଯେତେ ଥିଲେ ତାର ପାଶେ ,
ସୁପଥର ମାର୍ଗ ସଦା ତାକୁ ଅବାଟ ସମ ଦିଶେ .
ଚକ୍ରାନ୍ତ କରି ସେ ଭାଙ୍ଗିବାକୁ କରେ ପ୍ରୟାସ ,
ନ୍ୟାୟ ଧର୍ମେ ଗଠିତ ଅନୁଷ୍ଠାନ ର ମୂଳ ରସ .
ସମୟ ର ଚକ୍ର ତାକୁ କରେ ପରାଜିତ ,
ଖୋଜେ ତେବେ ନୂତନ ସ୍ଥାନ ହେବାକୁ ପ୍ରତୀତ .
ଅବତୀର୍ଣ୍ଣ ହୁଏ ତାଙ୍କ ଆକାଶେ କୁହୁଡି ସମ ,
କିଛି କ୍ଷଣ ପରେ ଲୁଚି ଯାଏ ଯେବେ ଦେଖେ ସୁକର୍ମ .
ନୂଆ ନୂଆ ବେଶେ ଢାଙ୍କି ନୂଆ ରଙ୍ଗ ର ଭେକ ,
ଅବତ୍ତୀର୍ଣ୍ଣେ ଲାଗେ " କଇଁଛ କାଢ଼ିଛି ବେକ " .
ଏ ସଭ୍ୟ ଓ ସୁନ୍ଦର ସମାଜେ ଚିହ୍ନିବାକୁ ହେବ ,
ଅଧର୍ମୀ ଅଵିଵେକୀ ଅନ୍ୟାୟୀଙ୍କର ସ୍ୱଭାବ .
ଘୁରୁଛନ୍ତି ବହୁରୂପେ କରନ୍ତି ଅନେକ ଚକ୍ରାନ୍ତ ,
ନୀଳବର୍ଣ୍ଣର ଶୃଗାଳ, ତାଙ୍କ କରିବାକୁ ହେବ ଅନ୍ତ.
ମୁଖେ ହସ ମନେ ବିଷ ସଦା ପାଉଥାଏ ଶୋଭା ,
ସମୟେ ସମୟେ ହୁଅନ୍ତି ନିଜ ରୂପେ ଉଭା .
ଲଜ୍ଜ୍ୟାହୀନ ବିକୃତ ମନା ସେ କୁପଥଗାମୀ,
ଅସତ୍ୟ ଅଧର୍ମ ଅନ୍ୟାୟର ପ୍ରିୟ ଅନୁଗାମୀ .
ବେଳ କାଳ ଦେଖି ଦେଖାନ୍ତି ମରୀଚିକା ,
ଧୋକା ଚାଟୁକତା ତ ତାଙ୍କ ମଥାର ଟୀକା .
ତାଙ୍କ ଠାରୁ ଦୂରେ ରହି ରଖିବା ନିଜର ଟେକ ,
ବୁଝିବା ବୁଝାଇବା ଦେଖ "କଇଁଛ କାଢ଼ିଛି ବେକ ".