STORYMIRROR

PRABHAS KUMAR MOHAPATRA

Inspirational

3  

PRABHAS KUMAR MOHAPATRA

Inspirational

ମୁଁ ଠିକ ନୁହଁ କିନ୍ତୁ ଠିକ

ମୁଁ ଠିକ ନୁହଁ କିନ୍ତୁ ଠିକ

1 min
330


ମୁଁ ମଣିଷ ଯେହେତୁ ମୁଁ ଠିକ ନୁହଁ

କିନ୍ତୁ ମଣିଷ ଭାବେ ଠିକ l

ଯେ ମୋତେ ବୁଝିନି ତା ପାଇଁ ବେଠିକ 

ଯେଏ ବୁଝିଛି ମୁଁ ଠିକ ll


ହଁ ମଣିଷ ଯେହେତୁ ହଜାରେ ଗୁଣ 

 ମୋ ପାଖେ ଖରାପ ଅଛି l

କିନ୍ତୁ ସେଇ ମଣିଷ ଭାବେ ମୋ ପାଖେ

ଗୋଟିଏ ଭଲ ଗୁଣ ଅଛି ll


ତେଣୁ ମୁଁ ଭାବୁଛି ମୁଁ ଠିକ l


ମୁଁ ପୁଣି ଭାବୁଛି ଯଦି ମୁଁ ସଠିକ

କାଇଁ ତେବେ କରେ ଭୁଲ l

ପୁଣି ନିତି ଠିକ ବି ତ ବହୁ କରେ

ତେବେ ମୁଁ ଠିକ ନା ଭୁଲ ll


ପରି ଶେଷରେ ମୁଁ ଉତ୍ତର ଖୋଜେ

ହଁ ହଁ ମୁଁ ତ ମଣିଷ ନା l

ଭୁଲ ଠିକ କରୁଛି ବୋଲି ବୋଧହୁଏ

ନର ହୋଇ ରହିଛି ନା ll


ଯଦି ଆଉ ଯଦି ମୁଁ ଖାଲି ଯେ ଠିକ

କରିଥାନ୍ତି ଭାବୁଛି ମୁଁ l

ନିଶ୍ଚୟ ଭଗବାନଠୁ ବି ଆହୁରି କିଛି

ପାଲଟି ଯାଆନ୍ତି ଯେ ମୁଁ ll



Rate this content
Log in

Similar oriya poem from Inspirational