STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଗୁରୁ ତୁଲ୍ୟ କେହି ନାହିଁ

ଗୁରୁ ତୁଲ୍ୟ କେହି ନାହିଁ

1 min
148


ନର ରୁପ ରେ ନାରାୟଣ ଗୁରୁ 

     ତୁମ ତୁଲ୍ୟ କେହି ନାହିଁ

ତୁମ ଗୁଣ ଗାଇବି ତୁମ ନାମ ନେବି

      ତୁମ ପାଦେ ମନ ଦେଇ

ସଞ୍ଜ ସକାଳ ରେ ତୁମକୁ ଦେଖିବି

      ଭକ୍ତି ଅର୍ଘ୍ୟ ତୁମକୁ ଦେଇ

ତୁମ ଶ୍ରୀ ପୟରେ ମଥାକୁ ରଖିବି

       ଶରଣ ନେବି ପାଦେ ଧ୍ୟାୟି

ତୁମ ରୂପକୁ ଆଖିରେ ଦର୍ଶନ କରିବି

        ପ୍ରେମ ଭାବ ମନେ ନେଇ

ସେବା ସମର୍ପଣ ରେ ଲାଗି ରହିବି

        ନିଜକୁ ଅର୍ପଣ କରି ଦେଇ

ତୁମ ଅମୃତ ବାଣୀ ଶ୍ରବଣ କରିବି

        ଅଖଣ୍ଡ ବିଶ୍ୱାସ କୁ ନେଇ

ତୁମରି ଶ୍ରୀ ହସ୍ତୁ ପ୍ରସାଦ ପାଇବି

         ଭବ ରୋଗ ରୁ ତରିବା ପାଇଁ

 ଯେତେ ଦୂରେ ଥିଲେ ମନେ ପକାଇବି

         ହୃଦୟ ରେ ତୁମକୁ ଚିନ୍ତଇ

ଦୋଷ କରି ଦେଲେ ଗାଳି କୁ ଶୁଣିବି

        ନିଜକୁ ସୁଧାରି ଦେବା ପାଇଁ

ବିପତ୍ତି ପଡିଲେ କଷ୍ଟ କୁ ସହିବି

         ଆଉ କାହାକୁ ଡର ନାହିଁ

ତୁମେ ଥିଲେ ପାଖେ ଧନ୍ୟ ହୋଇ ଯିବି

        ଭଵ ରଙ୍ଗ ମଞ୍ଚରୁ ତରିବି ମୁହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational