STORYMIRROR

Panchanan Jena

Inspirational

4  

Panchanan Jena

Inspirational

ବନ୍ଧୁମିଳନ ଦିନ

ବନ୍ଧୁମିଳନ ଦିନ

1 min
5


ଆଜି ପରା ବାର୍ଷିକ ବନ୍ଧୁମିଳନ ଦିନ

ଆଲୁମିନି ପାଳନ ପରବ

ଆସ ସମସ୍ତେ ମିଶି ନାଚିବା ଗାଇବା 

 ମସ୍ତିରେ ବାନ୍ଧିବା ଦୋସ୍ତି ଗରବ

ମିଶିକି ସ୍ୱାଦନ କରିବା ବନ୍ଧୁତ୍ୱର 

ଗିଲାସେ ଗିଲାସେ ମିଠା ଖଟା ରସ ଆହ୍ଲାଦିନୀ ।


କ'ଣ ବା ଏମିତି ଉଦାସିଆ ହତାସିଆ

କ'ଣ ବା ଏମିତି ମଉନମୁଁହା ଉଷୁନାହାଣ୍ଡିଆ

ହାତ ଠାରି ଡାକୁଛି ତୁମକୁ

ନବୋଦୟ ଆଲୁମିନି ରଜତ ଉତ୍ସବ

 ୨୦୨୪ର ରଙ୍ଗୀନ ରଙ୍ଗମଞ୍ଚ

କୋଣଠେସା ନ ହୁଅ ନିରାଶ

ଲୁଣ -ତୁଣ ଦିଆନିଆ ପରି

ତୁଚ୍ଛ ଲୁହା ଚୁମ୍ବକରେ ଘଷି ହେଲା ପରି

ଚୁମ୍ବକୀୟ କ୍ଷେତ୍ରରୁ ବାହାରି 

ଆତ୍ମକୈନ୍ଦ୍ରିକ ପାଚେରୀ ବାହାରେ

 ପାଳନ କର ପ୍ରଦାନ କର

ସମାଜକୁ ଦାନ କର ସଂପ୍ରଦାନ କର

ଦେଖିବ ! କି ଆନନ୍ଦ ରହିଛି ଦେବାରେ 

ଦେଖିବ ! କି ନିରାନନ୍ଦ ଅଛି ସେବାରେ

ଅସରନ୍ତି ଅମୃତ ଧାର ସ୍ରୋତସ୍ୱନୀ ।


ଆଜି ପାରା ବନ୍ଧୁମିଳନ 

ଚାଲ --- ଗାଇବା ନବୋଦୟ ଜୀବନ ଜୀବନୀ

ହାତରେ ହାତ ଛନ୍ଦେଇ

ପାଦରେ ପାଦ ଲଗେଇ

ତାଳରେ ଲୟ ମିଶେଇ

ଛାତିରେ କୋଳେଇ ଲଗେଇ

ଗାଇ ଦେବା ବନ୍ଧୁତ୍ଵର ସଂଗୀତ ଆବାହନୀ


ହେଇ ଦେଖ ଥରେ

ଫେଡ଼ି ବେନି ନୟନ ଦିଗନ୍ତ

ଉପନୀତ ହେଇଛି ଶେଷ ବସନ୍ତ

ଆମ୍ବଗଛ ଖୁସିରେ ଦିଶୁଛି ଶୋଭାବନ୍ତ

ନିମ୍ବ ପଳାସ ସୂର୍ଯ୍ୟମୁଖୀ ସବୁ ଫୁଲବନ୍ତ

ଦେଖ ନୈସର୍ଗିକ ଏମନ୍ତ ଘୁମନ୍ତ ବନାନୀ ।


ଆସ ଭାଇ -ଭଉଣୀ - ରମଣୀ

ଆସ ସଖା -ସୋଦର‌ ସହଧର୍ମିଣୀ

ଏକତ୍ର ରହିବା ପାଇଁ ପଣ କରିବା

ଜଣା ମତ ପାର୍ଥକ୍ୟ ହେବ ହେଉ

ଜଣା ବିଚାର ବିଭ୍ରାଟ ହେବ ‌ହେଇ ଯାଉ

ଜଣା ତର୍କ ବିତର୍କ ହେବ ହେଉ

ଜଣା ବାକ୍ ବିତଣ୍ଡା ହେବ ହେଉ ଥାଉ

ସମସ୍ୟା ଘେରରେ ପଡିଲେ କେହି

ନିବାରଣ ପାଇଁ ଧାଇଁବା ଆମେ

ସମାଧାନ ପାଇଁ ଛାଡି ପତେଇବା ଆମେ

ଅଠା କାଠି ପରି ଲାଗି ରହିବା ଆମେ 

ଅଣଚାଷେ କଂପୁ ପଛେ ଅବନି ମେଦିନୀ ।


କି ବାହାଦୂରୀ ଦେଖଉଛ କି ହୋ

ହୃଦୟକୁ ଛୁଇଁ କି ଦେଖ ?

କି ଫୁଟାଣି କମାଣି ବୋଲଉଛ କି ହୋ

ଆତ୍ମାରେ ଘର କରି କି ଦେଖ ?


ହେଜିବୁ ଯେବେ

ଜାଣିଥା ସ୍ଵର୍ଗୀୟ ସୁଖ ତେବେ ଉପଭୋଗ

ବାକି ସବୁ ବୃଥା ଅସ୍ଫାଳନ ଯନ୍ତ୍ରଣା ରୋଗ


Rate this content
Log in

Similar oriya poem from Inspirational