STORYMIRROR

Binodini Dash

Inspirational

4  

Binodini Dash

Inspirational

ଧରିତ୍ରୀ ଧରିଛି ଧର୍ମ ନିକିତି

ଧରିତ୍ରୀ ଧରିଛି ଧର୍ମ ନିକିତି

1 min
10


ଧର୍ମ ଅଧର୍ମରେ ମାତଇ ମାନବ

ଭାବି ନିଜଠାରେ ଅସୀମ ଶକ୍ତି

କର୍ମ ପରିଣାମ ଦର୍ଶାଇବା ପାଇଁ

ଧରିତ୍ରୀ ଧରିଛି ଧର୍ମ ନିକିତି ।


ଅଧର୍ମେ ପୃଥିବୀ ଧେନୁ ରୂପ ଧରି

ଶସ୍ୟବୀଜସବୁ ଖାଇ ଲୁଚିଲା

ପୃଥୁ ନରପତି ଧରମ ବଳରେ

କ୍ଷୀର ସ୍ରବୀ ଶସ୍ୟଶ୍ଯାମଳା ହେଲା ।


ବର୍ଣ୍ଣଇ ଏକଥା ପୁରାଣର ଗାଥା

ଯାହା ସତ ସମ ପ୍ରତୀୟମାନ

ଧରିତ୍ରୀ କୋପରେ ପ୍ରକୃତି କୋଳରେ

ଆଜି ବି ତାଣ୍ଡବଲୀଳା ଦର୍ଶନ ।


କେବେ ବନ୍ୟା, ବାତ୍ଯା କେବେ ଭୂମିକମ୍ପ

ସାଗରରେ କେବେ ଆସେ ସୁନାମୀ

ଟର୍ଣ୍ଣାଡୋ ରୂପରେ ବିସ୍ତୀର୍ଣ୍ଣ ଭୂଖଣ୍ଡେ

କେବେ ବାୟୁ ହୁଅଇ ବେଗଗାମୀ ।


ଧର୍ମ ହେଲେ କ୍ଷୀଣ ଧରା ପ୍ରତିକ୍ଷଣ

ପାପର ଭାରାରେ କରି ରୋଦନ

ଶିକ୍ଷାଦେବା ପାଇଁ ତାଣ୍ଡବ ରଚଇ

ଭୟରେ କାତର ମଣିଷ ମନ ।


ଏ ଦୁର୍ବିପାକରେ ଅସଂଖ୍ୟ ସଂହାରେ

ନିକିତିରେ ପାପ ପୁଣ୍ୟ ତଉଲି

ନାହିଁ କା' ସାମର୍ଥ୍ୟ କରିବାକୁ ରୋଧ

ଜ୍ଞାନନେତ୍ର ଯେତେ ପାରିଲେ ଖୋଲି ।


ଧରଣୀର ଧନ ପରା ଯେତେ ବଣ

ପାହାଡ଼, ପର୍ବତ, ଜଳର ଉତ୍ସ

ତାହାର ସୁରକ୍ଷା ଆମ ଜୀବ ରକ୍ଷା

ଏଥିରେ ସକଳେ ଲଗାଅ ମନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational