ଶୀତ
ଶୀତ
ଶୀତ ତୁ କାହାର ମିତ
କାହାକୁ ଦୁଃଖ ଦେଉ ବି ବହୁତ
ତୋ ପାଇଁ ଆଜି ବିବିଧ
କେତେଜାତି ଫୁଲ ଫଳ ପତ୍ର
ହେଲେ ବି ବିଭେଦ ସେଇ ଜଟିଗୋତ୍ର
କିଏ ଘୋଡେଇ ଶୁଏ ରେଜେଇ କମ୍ବଳ ଶତ
କିଏ ଫୁଟପାଥ ରେ ଶିଶିରଶିକ୍ତ
ମହନୀୟତା ଭିତରେ କେ ବଢାଏ
ଦାନର ହାତ ହୋଇ ଅପ୍ରସ୍ତୁତ
ସମୁଦାୟ ପୃଥିବୀରେ ସର୍ବଦା
କୋଳାହଳ ପର୍ଯ୍ୟାପ୍ତ
ଅସମୟରେ ନ ଆସି ଆସୁଥା
ସମଗ୍ର ସତ୍ତା କୁ କରିବାକୁ ବ୍ୟାପ୍ତ
