STORYMIRROR

Santanu Bisoi

Romance

3  

Santanu Bisoi

Romance

ଶୀତ

ଶୀତ

1 min
273

ଚୁପି ଚୁପି ଆଜି ନବବଧୂ ସାଜି

ଶୀତ କରେ ଆଗମନ,

ଆକାଶ ପଥରେ ତୋରଣ ରଚଇ

କୁହୁଡ଼ିର ଆସ୍ତରଣ।।


ଅଙ୍ଗେ ଅଙ୍ଗେ ଆଜି ନୂତନ ପରଶ

ଲାଗୁଅଛି ନୂଆ ନୂଆ,

ଶୀତର କୁହୁକ ରାତ୍ରିର ମହକ

ପ୍ରୀତିର ମଧୁର ଛୁଆଁ।।


ଶରୀର ଖୋଜୁଛି ଉନ୍ମାଦ ଉଷ୍ମତା

କମ୍ବଳର ଛାତ ତଳେ,

ଦୁଇମନ ହୁଏ ଆତୁର ବ୍ୟାକୁଳ

ସାନ୍ନିଧ୍ୟର ଅଙ୍କ ଶାଳେ।।


ମାନ ଅଭିମାନ ହଜେଇ ଦେଇଛି

କୋମଳ କାକର ବୁନ୍ଦା

ଶୀତର ପରଶ ନିକଟ କରିଛି

ତୁମ ପ୍ରୀତି ମଧୁଛନ୍ଦା।।


ପ୍ରେମ ବାଟିକାରୁ ପ୍ରେମର ମଞ୍ଜରୀ

ନିବିଡେ ଆଣିଛି ଶୀତ,

ଅକୁହା ଇଙ୍ଗିତ ସଙ୍କେତ ଦେଉଛି

ଯୌବନ ଗାଏ ସଙ୍ଗୀତ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance