STORYMIRROR

Lata Behera

Abstract

4  

Lata Behera

Abstract

ଶୀତ

ଶୀତ

1 min
280


ବରଷକ ଆମ ବାରମାସ ଅଟେ

    ଆସେ ସିଏ ଗୋଟି ଗୋଟି 

ଭୁଲିବନି ପିଲେ ମନେ ରଖି ଥିବ

    ଆସେ ବି ୠତୁ ଛଅଟି ।


ହେମନ୍ତ ପରେ ଶୀତ ଆସିଯାଏ

    ଦୁଇ ଗୋଟି ମାସ ନେଇ 

ଶୀତ କାକରର ଶିଶିର ବିନ୍ଦୁଟି

    ଯାଏ ତ ଧରାକୁ ଛୁଇଁ ।


ପହିଲି ଶୀତଟି ଆକାଶ ଛୁଅଁଇ

    ଖୁଦୁରୁକୁଣୀ ଓଷାରେ

ଆସିଥାଏ ସିଏ ଏ ଧରା ଧାମକୁ

    ଖଇ ଲିଆର ଡାଲାରେ ।


ଦ୍ୱିତୀୟ ପାଦଟି ବଢାଇ ଦିଏ ସେ

    ଆଶ୍ବିନର ଦ୍ୱିତୀୟାରେ

ଦୁତୀବାହନରେ ବୋଝ ଟୋକେଇରେ

    ପଶି ଥାଏ ଘରେ ଘରେ ।


ହେମନ୍ତ ଋତୁର ଏ ଶୀତ କାକର

    ଟିକେ ଟିକେ ବଢୁଥାଏ

ପାହାନ୍ତି ପହର ଶୀତ କାକରଟି

    ଦେହକୁ ଥରାଇ ଦିଏ ।


ପୌଷ ,ମାଘ ମାସ ନ କହିବା ଭଲ

     ଶୀତ ଋତୁ ଅଟେ ଇଏ

କମ୍ବଳ, ସୁଇଟର ହେଂସ ମଶିଣାକୁ 

    ନର ଏଠି ଖୋଜି ଥାଏ ।


ମାଘ ମାସର ଏ ବାଘ ପରି ଶୀତ 

    ଭୁଲିବା ପାରିବ କିଏ 

ପାଣିକୁ ଦେଖିଲେ ପିଲାଏ ଡରନ୍ତି 

     କାଲୁଆ ମାରୁଣ ଥାଏ ।


ଶୀତ ସକାଳର ଆକାଶ ଦେହରୁ

    କୁହୁଡି ପଡଇ ଝରି 

ଧରାକୁ ଭିଜାଏ ମନକୁ ହଜାଏ

    ଆକାଶ କାକର ବାରି ।


ସକାଳ ପହିଲି ସୁରୁଯ କିରଣ

     ଯେବେ ଛୁଇଁ ଯାଏ ଧରା

ପିଠିକୁ ଦେଖେଇ ପଇଁ ହ୍ୟନ୍ତି ପିଲେ

     ବୁଢା ବୁଢୀ ବସି ଖରା ।


ଶୀତଳ ସମୀର ବହୁଥାଏ ଧୀରେ

     ଗାଧେଇବା ପାଇଁ ଡର

ନିଆଁ ଜାଳି ପିଲେ ପଇଁ ହେଉଥାନ୍ତି 

    ବସିଣ ଗାଆଁ ଦାଣ୍ଡର ।


ସଞ୍ଜ ନଇଁ ଗଲେ ଶୀତୁଆ ପବନ

    ଦେହକୁ ଥରେଇ ଦିଏ 

ଉଷୁମ ପାଇବା ପାଇଁ ଛୋଟ ପିଲା

    ମାଆ କୋଳ ଖୋଜୁ ଥାଏ ।


ଖାଇବାକୁ ଜମା ଇଚ୍ଛା ହୁଏ ନାହିଁ 

    ଘୋଡେଇ ହେଇଣ ଶୁଏ 

ଗନ୍ଥା, ମଶିଣାର ଭିତରେ ପଶି ସେ

    ଗୀତ ଗପ ଶୁଣୁ ଥାଏ ।


ଆମ୍ବ ଗଛେ ଆମ୍ବ ବଉଳ ଆସଇ

     ଲୋଭନୀୟ ଦେଖାଯାଏ

ଏ ଶୀତ ୠତୁରେ ପନି ପରିବାରଟା

   ବହୁତ ଯେ ମିଳୁ ଥାଏ ।


ପାହାନ୍ତିଆ ଶୀତ ଦେହକୁ ଥରାଏ

     ଉଠିବାଟା କଷ୍ଟ ହୁଏ

କୃଷକ ଭାଇଟି ଗୀତ ଗାଇ ଧାନ 

    ବେଙ୍ଗେଳା ଯେ କରୁ ଥାଏ । 


  ସପ ପକାଇଣ ଖରାରେ ବସି କି 

    ପିଲା ପାଠ କରୁଥାଏ 

ଶୀତ କାକରର ପାହାନ୍ତିଆ ପଢା 

    ଜଲ୍ଦି ମନେ ରହିଯାଏ ।


ବିଦ୍ୟାଳୟେ ମାଆ ସରସ୍ବତୀଙ୍କର

   ପୂଜା ଅର୍ଚ୍ଚନା ହୁଅଇ

ଅଗିରା ପରବେ ଏଇ ଶୀତ ପୁଣି

    ବିଦାୟ ନେଇ ଯାଅଇ ।


ଏଇ ଶୀତ ଆମ ପାଇଁ ଅଟେ ମିତ

    ମିଶି ଗାଇ ଯିବା ଗୀତ

ଶୀତ ଋତୁ ବଡ ହିତ ହେଇଥାଏ

    ତା ପାଇଁ ହସେ ଜଗତ ।


Rate this content
Log in

Similar oriya poem from Abstract