STORYMIRROR

MADHU MITA

Romance

3  

MADHU MITA

Romance

ଶୀତ

ଶୀତ

1 min
314


ତୁମେ ଆସିଛ

ନିଜ ଛୁଆଁରେ ଥରେ ଥରେଇ ଦେବାକୁ

ମନ ପ୍ରାଣ ପୁଣି

ଏକ ଶୀତଳ ସ୍ପର୍ଶରେ ଭରି ଖୁସି କରିବାକୁ!!


କୁହ କେଉଁ କମ୍ବଳ

ଲୁଚାଇ ପାରିବ ମୋତେ ତୁମ ହିମ ଛୁଆଁରୁ ବଞ୍ଚେଇ

କୁହ କେଉଁ ନିଆଁ ଅବା

ଦେବ ତୁମ ଉଷ୍ଣ ଧୂଆଁକୁ ଥରେ ମୋ ଠାରୁ ଦୂରେଇ!!


ତୁମେ ତ ଆସିଛ

ତୁମ ଆଗମନ ସୂଚାଇ ଦେଇଛି କାଶତଣ୍ଡିର ମଧୁର ହସ

ମୁଁ ବି ଉତ୍କଣ୍ଠାରେ ବସିଛି

କରିବାକୁ ତୁମ ସହପୁନଃ ଏକ ଶୀତଳ ଉଷ୍ଣ ରାସ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance