STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଶୀତ ସମ୍ଭାର

ଶୀତ ସମ୍ଭାର

1 min
434


ଶୀତ ବରଷକେ ଧରା କୁ ଆସିଛି

ନନା ଜାତି ଫୁଲେ ମହି ମଣ୍ଡଳ ହସୁଛି

କେତେ ଫଳ ବଜାର ରେ ମିଳୁଛି

ନନା ପକ୍ଷୀ ଙ୍କ ସ୍ୱର ପ୍ରଭାତ ରେ ଶୁଭୁଛି

କୋଇଲି କୁହୁ କୁହୁ ରାବ ସକାଳୁ ଦେଉଛି

କୋହଲା ପାଗ ରେ ଶୀତ ଭାରି ଜମୁଛି

କୁହୁଡି ର ପରିବେଶ ମନ କୁ ହରୁଛି

ପର୍ବ ପର୍ବାଣି ଆନନ୍ଦ ଭରି ଦେଉଛି

ବଣ ଭୋଜି ର ଆସର ଖୁସି ଭରି ଦେଉଛି

ମାର୍ଗସିର ମାସେ ମା ମହା ଲକ୍ଷ୍ମୀ ଙ୍କ ପୂଜା ହେଉଛି

ଶୀତୁଆ ରାତିରେ ରେଜେଇ ଟାଣି କିଏ ବିଶ୍ରାମ ନେଉଛି

ଶୀତୁଆ ସକାଳେ କିଏ ନିଆଁ ଜାଳି ତା ପାଖେ ବସୁଛି

ପୋଡ଼ ପିଠା ଖାଇ ବାର ମଜା ନିଆରା ଲାଗୁଛି

ଦେବା ଦେବି ଙ୍କ ମନ୍ଦିରେ ପହିଲି ଭୋଗ ସକାଳୁ ହେଉଛି

ପ୍ରାତଃ ଭ୍ରମଣ ଦେହ ପାଇଁ ହିତ ହେଉଛି

ସକାଳ ଖରା ରେ ସବୁ ଶକ୍ତି ମିଳୁଛି

ଶିଶିର ବିନ୍ଦୁ ସକାଳେ ଗଛ ରେ ସୁନ୍ଦର. ଲାଗୁଛି

କେତେ ମାଙ୍ଗଳିକ କାମ ଶୀତ ଦିନ ଆସିଲେ ହେଉଛି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics