ଶୀତ ସକାଳ
ଶୀତ ସକାଳ
ଶୀତ ସକାଳର
ଧୁଆଁଳିଆ ଘନ କୁହୁଡି
କାଟି କାଟି ଆସେ ଯେବେ
କଅଁଳ ଖରା
ଠପ୍ ଠପ୍ ଶିଶିର ଟୋପା
ଝରି ପଡେ ଅଦିନ ବରଷା ପରି
ଧୁମ୍ର କୁହେଳିକାର ବାଦଲ ସବୁ
ନାଚି ଉଠନ୍ତି ଗାଁ ଦାଣ୍ଡ ଅଙ୍କା ବଙ୍କା
ନିଶ୍ଚଳ ରାସ୍ତା ମଝିରେ
ନ ଥାଏ ପକ୍ଷୀର କାକଳୀ
ଶୁନଶାନ ଖାଁ ଖାଁ
ବେରଙ୍ଗ ଫିକା ଫିକା ଲାଗେ
ଏଇ ଜୀବନ
ଠାଆଁ କୁ ଠାଆଁ କାଠିକୁଟା
ନିଆଁର ଆସର
ଆଉ ଶୋରିଷ ଫୁଲର ମହକେ
ମନେ ଭରିଦିଏ ଉନ୍ମାଦ
ସତରେ
ଏ ଶୀତ ସକାଳ କଟେ
କେବେ ମା'ପରଷା ନାଲି ଚା'ରେ
ଆବା କେଉଁ ରାସ୍ତା କଡ
କଫିର ପିଆଲାରେ
