STORYMIRROR

Dhiren Bag

Classics

2  

Dhiren Bag

Classics

ଶୀତ ସକାଳ

ଶୀତ ସକାଳ

1 min
246

ଶୀତ ସକାଳର

ଧୁଆଁଳିଆ ଘନ କୁହୁଡି

କାଟି କାଟି ଆସେ ଯେବେ

କଅଁଳ ଖରା

ଠପ୍ ଠପ୍ ଶିଶିର ଟୋପା

ଝରି ପଡେ ଅଦିନ ବରଷା ପରି


ଧୁମ୍ର କୁହେଳିକାର ବାଦଲ ସବୁ

ନାଚି ଉଠନ୍ତି ଗାଁ ଦାଣ୍ଡ ଅଙ୍କା ବଙ୍କା

ନିଶ୍ଚଳ ରାସ୍ତା ମଝିରେ


ନ ଥାଏ ପକ୍ଷୀର କାକଳୀ

ଶୁନଶାନ ଖାଁ ଖାଁ

ବେରଙ୍ଗ ଫିକା ଫିକା ଲାଗେ

ଏଇ ଜୀବନ


ଠାଆଁ କୁ ଠାଆଁ କାଠିକୁଟା

ନିଆଁର ଆସର

ଆଉ ଶୋରିଷ ଫୁଲର ମହକେ

ମନେ ଭରିଦିଏ ଉନ୍ମାଦ


ସତରେ 

ଏ ଶୀତ ସକାଳ କଟେ

କେବେ ମା'ପରଷା ନାଲି ଚା'ରେ

ଆବା କେଉଁ ରାସ୍ତା କଡ 

 କଫିର ପିଆଲାରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics