Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sitansu Jena

Tragedy Classics Others

3  

Sitansu Jena

Tragedy Classics Others

ଶୀତ ପାଇଁ ଚିଠିଟିଏ

ଶୀତ ପାଇଁ ଚିଠିଟିଏ

1 min
164



ଶୀତକୁ ଲେଖିଛି ଏଇ ସନ ଚିଠି

ମୋ ସାଥେ ବସିବ ମିତ 

କାଲୁଆ ଦେହରେ ଉଷ୍ଣତା ଭରି

ଆନନ୍ଦେ ଗାଇବି ଗୀତ

ଶୋଇ ଯାଅନାହିଁ ଶିଶିର ସେଜରେ

ମନରେ ଆସୁଛି ଭିତ

ଶୀତ କୁ ଲେଖିଛି ଏଇସନ ଚିଠି

ମୋ ସାଥେ ବସିବ ମିତ ।

ରେଶମୀ ଚାଦାର ରଖିଛି ସାଇତି

ପିଆଲାରେ ପ୍ରେମ ମଧୁ

ଧୀରେଧୀରେ ଶୀତ ପାଖେ ଲାଗିଆସ

ବୋଳିଦିଅ ଦେହେ ଯାଦୁ

ତୁମ ପରସରେ ସ୍ନିଗ୍ଧ ଏ ମନ

ଚଞ୍ଚଳ ହୁଏ ମୋ ହାତ

ଶୀତକୁ ଲେଖିଛି ଏଇସନ ଚିଠି

ମୋ ସାଥେ ବସିବ ମିତ ।

ବାହୁ ଯୁଗଳରେ ଜାବୁଡୁ ରଖିବି

କେବେ ଛାଡ଼ିଦେବି ନାହିଁ

ସହି ପାରିବିନି ଗ୍ରୀଷମ କଷଣ

ଲେଖୁଛି ତୋ ମୁହଁ ଚାହିଁ

ଆହୁରି ପାଖକୁ ଆସ ଆଗୋ ଶୀତ

ବେଳ ହୁଏ ରତ ରତ

ଶୀତ କୁ ଲେଖୁଛି ଏଇସନ ଚିଠି

ମୋ ସାଥେ ବସିବ ମିତ ।


Rate this content
Log in

Similar oriya poem from Tragedy