STORYMIRROR

Tapaswini DashSarangi

Abstract

2  

Tapaswini DashSarangi

Abstract

ଶୀତ ଓ ପ୍ରକୃତି

ଶୀତ ଓ ପ୍ରକୃତି

1 min
112

ଶୀତ ରାଣୀ ତୁମେ ଆସିଥିଲ ଯେବେ

                 ହିମ ର ପସରା ନେଇ

ଚାଲି ଯାଉଅଛ ମୋହ ଭାଙ୍ଗୁଅଛ

                ନିଦାଘ ଯନ୍ତ୍ରଣା ଦେଇ।

ତୁମରି ପରଶେ ଏ ସୁନ୍ଦର ଧରା

                 ହସୁଥିଲା ଖିଲି ଖିଲି

ତୁମ ବିରହ ଯେ କେତେ କଷ୍ଟ ଦେବ

               ମନେ ସେ ହେଉଛି ଭାଳି।

ମିଳନ ଠାରୁ ଯେ ବିରହ ଯାତନା

                 ଦିଅଇ ଦାରୁଣ ଦୁଃଖ

ଯାଅ ନାହିଁ ଶୀତ ରହି ଯାଅ ଏଠି

                ମାଗୁଛି ପ୍ରକୃତି ଭିକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract