ଶୀତ ଓ ପ୍ରକୃତି
ଶୀତ ଓ ପ୍ରକୃତି
ଶୀତ ରାଣୀ ତୁମେ ଆସିଥିଲ ଯେବେ
ହିମ ର ପସରା ନେଇ
ଚାଲି ଯାଉଅଛ ମୋହ ଭାଙ୍ଗୁଅଛ
ନିଦାଘ ଯନ୍ତ୍ରଣା ଦେଇ।
ତୁମରି ପରଶେ ଏ ସୁନ୍ଦର ଧରା
ହସୁଥିଲା ଖିଲି ଖିଲି
ତୁମ ବିରହ ଯେ କେତେ କଷ୍ଟ ଦେବ
ମନେ ସେ ହେଉଛି ଭାଳି।
ମିଳନ ଠାରୁ ଯେ ବିରହ ଯାତନା
ଦିଅଇ ଦାରୁଣ ଦୁଃଖ
ଯାଅ ନାହିଁ ଶୀତ ରହି ଯାଅ ଏଠି
ମାଗୁଛି ପ୍ରକୃତି ଭିକ।
