STORYMIRROR

Dharitri Das

Abstract

4  

Dharitri Das

Abstract

ଶୀତ କବିତା

ଶୀତ କବିତା

1 min
352

ପୌଷ ମାସର ଶୀତୁଆ ସକାଳ

ବୁଲି ଯାଇଥିଲି ଉଣ୍ଡି ବେଳକାଳ।

କ୍ଷେତ ପରେ କ୍ଷେତ ଦେଖି ମୁଁ ଆସିଲି

ସବୁଜିମା ପଣେ ନିଜକୁ ଭୁଲିଲି।

ଚିନାବାଦାମ ଚାରିପଟେ ସୋରିଷ

ଦେଖି ମନ ମୋ ହୋଇଗଲା ହରଷ।

ବିରି ସାଙ୍ଗକୁ ଚଇତାଳି କୋଳଥ

ବାଟୋଇ ଦେଖୁଛି ଅଟକାଇ ରଥ।

ଫେଶି ମୁଗ ହରଡ଼ ସଙ୍ଗେ ମସୁର

ଫୁଲ ଫୁଟି ସତେ ଦିଶେ କି ସୁନ୍ଦର।

ଆଳୁ ବିମ ବନ୍ଧା ଆଉ ଫୁଲ କୋବି

ପିଆଜ ରସୁଣ ସାଥେ ଓଲକୋବି।

ଥୁରୁ ଥୁରୁ ହୋଇ ପାଣି ମଡ଼ା ଛବି

ଦେଖିଣ ପାଗଳ ଲେଖକ ଓ କବି।

ସ୍ଥାନେ ସ୍ଥାନେ ପୁଣି ଭେଣ୍ଡି ବାଇଗଣ

ନିରାଟି ପାଳଭୂତ ଅଛି ଜଗିଣ।

ହିଡରେ ଶୋଭା ଗେଣ୍ଡୁ ସୁରୁଜ ମୁଖୀ

ଶୀତୁଆ ସକାଳ ଗଲା ମନେ ଲାଖି।

ସବୁଜ ଶାଢ଼ୀକୁ ହଳଦିଆ ଧଡି

ଚାଷୀପୁଅ ସତେ ଧରିଛି କି ଭିଡି।

ହୁଡା ଟେକି କେହି ମଡାଉଛି ପାଣି

ଅମଳ କରିବା ଦିନକୁ ସେ ଗଣି।

ଭାରି ମଜା ଲାଗେ ଶୀତୁଆ ସକାଳ

ସବୁଜିମା କ୍ଷେତ ଦେଖି ମାଳ ମାଳ।

ଈଶ୍ୱରଙ୍କ ଏହି ସୁନ୍ଦର ତୃପ୍ତିର

ଅବସାଦ ନାହିଁ ଦେଖ ବାରବାର।

ଦେଖ ବାର ବାର ଦେଖ ବାର ବାର

ଈଶ୍ୱରଙ୍କୁ କରି କୋଟି ନମସ୍କାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract