Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharati Bhusan Das

Abstract

3  

Bharati Bhusan Das

Abstract

ଶୀତ ଆସିଛି

ଶୀତ ଆସିଛି

1 min
141



ଶୀତ ଆସିଛି ଶୀତ ଆସିଛି

ଥରିଲାଣି ଓଠ ଠାରିଲାଣି ଆଖି

ଶୀତେଇ ଯିବାକୁ ମନ ଚାହୁଁଛି

    ଶୀତ ଆସିଛି   ଶୀତ ଆସିଛି ।


ବେଳ ଗଡ଼ିଯାଏ ସଅଳ ସଅଳ

   ଖରା ଘୁଞ୍ଚି ଯାଏ ନସରୁଣୁ ବେଳ

କାକର ବିନ୍ଦୁର ପହିଲି ପରଶ

     ଅନୁଭବେ ଅନୁଭବ ର ହରଷ

ବାଟେଇ ନେବାକୁ ଶୀତ ଆସିଛି

ଶୀତ ଆସିଛି ଶୀତ ଆସିଛି।


ସନ୍ତର୍ପଣ ଭାବ ସଞ୍ଜ ବତୀ ମୂଳେ

  ଏରୁଣ୍ଡି ବନ୍ଧରେ କିଏ ସଞ୍ଜ ତୋଳେ

ରାତିର ପରଶ   ଚନ୍ଦ୍ରମାର ଫାଶ

    ମିଟି ମିଟି ଆଖି ଠାରେ ତାରା ଦେଖୁଛି

ଶୀତ ଆସିଛି   ଶୀତ ଆସିଛି।


   ଗାଁ ମୁଣ୍ଡ ଗୋହିରୀରେ କେ ଜାଳେ ପତର

ନିଆଁ ପୁଆଁ ମଜା ସିନା ଜାଣିଛି ଯେହୁ ବୀର

   ଘୋଡ଼ିହେଲା ଚାଦର ରେ ଯିଏ ଢାଙ୍କିଛି

ଶୀତ ଆସିଛି ଶୀତ ଆସିଛି ।


    ରାତି ପାହିଯାଏ ବିତିଯାଏ ରାତି

ସରେନା ସପନ   କିଛି ରହିଯାଏ କତି

   ଥରିଲା ଥରିଲା ହାତ ଲେଖିଦିଏ କିଛି

      ସ୍ମୃତି ହୋଇ ରହିଯାଏ  ସତ କହୁଛି

ଶୀତ ଆସିଛି ଶୀତ ଆସିଛି ।


  ପାହାନ୍ତି ପହର ନିଶା ଭରିଥାଏ କେତେ ଆଶା

ନିଦୁଆ ସପନ କୋଳେ ସ୍ମୃତିର ଝଲକ ମେଳେ

   ଭାବନାର ପଣତରେ ଆଶା ବାନ୍ଧିଛି

ଶୀତ ଆସିଛି ଶୀତ ଆସିଛି ।

   ଫେରି ଯିବୁ ନାହିଁ ପାଶ

           ରହିଛି ହୃଦେ ବିଶ୍ୱାସ

ତୋ ଶିଶିର ବନ୍ଧନ ରେ ଫେଡ଼ିଦେବୁ ହୃଦୁ କ୍ଳେଶ

    ଏତିକି ଭରିବା ପାଇଁ ରାଣ ଦେଇଛି

ଶୀତ ଆସିଛି ଶୀତ ଆସିଛି ।


Rate this content
Log in

Similar oriya poem from Abstract