STORYMIRROR

Geetanjali Prusty

Action

4  

Geetanjali Prusty

Action

ଶୀତ ଆସିଛି

ଶୀତ ଆସିଛି

1 min
238


ଶୀତ ଆସିଛି ଶୂନଶାନ୍ ରାତିରେ 

ପାହାନ୍ତି ପ୍ରହରେ କାକର ବିନ୍ଦୁରେ

ଆସିଛି ଶୀତ କୁନା ବୋଉର

ଫଟା ପଣତରେ.....

ଚମ ଧୁଡୁ ଧୁଡୁ ରୁଗ୍ଣ ଶରୀରରେ...।


ଶୀତ ଆସିଛି ପୁଷ୍ପ ବାଟିକାରେ

ରଙ୍ଗୀନ ଫୁଲର ମଖମଲି ପାଖୁଡ଼ାରେ...

ଆସିଛି ଶୀତ ଚାଷୀ ଭାଇର ଧାନ କ୍ଷେତରେ

ଫୁଲ ଆଉ ବନ୍ଧା କୋବିର

ସବୁଜ ପତ୍ରରେ

ଶୀତ ଆସିଛି ଶିଶୁର କାନ୍ଦରେ..

ପ୍ରଜାପତିର କୋମଳ ଡେଣାରେ ।


ଏ ଶୀତ କନ୍ଦାଇବ.....

ହଜାଇବ,ଭିଜାଇବ...

ତା'ର ଆର୍ଦ୍ର ପଣତରେ...

ଦୁଃଖୀର ସାତ ସିଆଁ ଫଟା କମ୍ବଳରେ

ପୁଣି ତାର ଭୋକିଲା ପେଟର ଅନ୍ତରାଳରେ

ଧନୀ ସାହୁକାରର ରେଜେଇ ଭିତରେ

ଦାମୀ ଦାମୀ ସାଲ, ସ୍ଵେଟରର

ପ୍ରାଚୁର୍ଯ୍ୟ ମଧ୍ୟରେ.....।


ଏମିତି ଶୀତ ଆସୁଥିବ, ଯାଉଥିବ

ପୁଣି ଗାଉଥିବ ଗୀତ...

ପ୍ରେମର ହେଉ ଅବା ଯନ୍ତ୍ରଣାର

ବୀରହ ସଙ୍ଗୀତ.....

ତଥାପି ଏ ଶୀତ ଆସିବ ହିଁ ଆସିବ

ଏଇଟାତ ନିତ୍ୟ ନୈମିତିକ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action