ଶୀତ ଆସେ
ଶୀତ ଆସେ
ଶରତଟା ଡେଇଁ ମଧ୍ୟ ଡେଇଁ ନାହିଁ
ଏପର୍ଯ୍ୟନ୍ତ ଋତୁର ଏରୁଣ୍ଡି
ଶୀତ ଆସେ ଗୋହିରିର
କାଶତଣ୍ଡୀ ଫୁଲଦେହେ ଗୁରୁଣ୍ଡି ଗୁରୁଣ୍ଡି ,
ଧାନ ଖେତ -ଖଳା ବାଡ଼ି ବାରି ଆଡେ
ଭିଜା ଭିଜା କାକରର ଛୁଆଁ
ମଖମଲି ଜାଡ ଆଉ ଉହ୍ମେଇଁର ନିଆଁ
ତୁମ ଦେହ ପରଶର ନିଆରା କିମିଆଁ ,
ରାତିଟା କୁହୁକ ଭରା ନିଦଟା ଅଳସୀ
ସବୁକିଛି ତୁମଠାରେ ଶେଷ ହୁଏ
ହେ ! ମୋର କୁହୁକିନୀ ମନର ମାନସୀ .. ।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ