STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ଏମିତିକା ମୁହିଁ ନାରୀ

ଏମିତିକା ମୁହିଁ ନାରୀ

1 min
272


ଭଲ ପାଇଗଲି ସୁଠାମ ଯୁବକ

   ଦେଖିଲି ଯେବେଠୁ ମୁହିଁ

କଥା ହୋଇଥିଲୁ ପରସ୍ପର ଦୁହେଁ 

   ସଂସାର ଗଢି଼ବୁ ଯାଇ।୧

ଜାଣି ନ ଥିଲେ କେ' ଭାଇ ବନ୍ଧୁ ଆଉ

   କୁଟୁମ୍ଭ ନିଜର ଘରେ

ଯେବେ ଜାଣିଗଲେ ବିଚ୍ଛେଦ ପାଇଁକି

   ସଭିଙ୍କ ରାଗ ହୃଦରେ।୨

କଳେବଳେ ଆମେ ଧରିପଳା ହୋଇ

   ବିବାହ ହିଁ କରିନେଲୁ

ଯିଏ ଆମ ପାଇଁ କଣ୍ଟା ସାଜୁଥିଲା

   ପାନେଦେବା ମନକଲୁ।୩

କଥାଟା ଯଦିଓ ସ୍ବାମୀ କହୁଥିଲେ

   ବାପା କି ମାଆ ତାଙ୍କର

ଭଉଣୀ ମାନଙ୍କୁ ଦୁଃଖ ଦେବାପାଇଁ

   ହାତ କି ଉଠେ ନିଜର?୪

ମୋର ମନ କିନ୍ତୁ ସୁଯୋଗକୁ ଉଣ୍ଡି

   ପାନେ ଚଖେଇଲି ଦିନେ

ଶାଶୂ ଓ ଶ୍ବଶୂର ଖାଇବା ନ ପାଇ

   ହୋଇଲେ ସେମାନେ ଭିନ୍ନେ।୫

ନଣନ୍ଦକୁ ନିତି ଖଟାଇ ମାରିଲି

   ଗୋଡ଼ଘଷା ଲୁଗାସଫା

ଅଇଁଠା ବାସନ ସଫା ନ କରିଲେ

   ଲଗାଇଲି କେତେ ଦଫା।୬

ଦେଢ଼ଶାଶୂ ଆଉ ନଣନ୍ଦ ମିଶିକି

   ଦିନେ ଏକଜୁଟ ହୋଇ

ଘେରିଗଲେ ମୋର ଚାରିପାଖେ ଆଉ

   ଗୋଇଁଠା ପିଠିରେ ଥୋଇ।୭

ସ୍ବାମୀଙ୍କୁ ଜଣାଇ ଦେଲି ଯେବେ ମୁହିଁ

   କହିଲା ଭଲ ହୋଇଛି

ତୋର ବାପଘରୁ କେହି ତ ଆସିଲେ

   ପାନେ ମୁଁ ଦେବି ଭାବୁଛି।୮

ଯେମିତି କର୍ମକୁ ସେମିତି ହିଁ ଫଳ

   ପାଇଛ ଯଦିରେ ତୁମେ

ବୁଝିକି ନିଜକୁ ସୁକର୍ମ କରିଯା'

   ଅନ୍ଯଥା ମରିବୁ ଭୂମେ।୯

ଲୁହରେ ଗାଧୋଇ ଗଣ୍ଠୁଲିକୁ ଧରି

   ଚାଲିଲି ବାପ ଘରକୁ

ବାପା ବି ମୋହର ଦୂରଦୂର କଲେ

   ଆଜି ମୁଁ କେଉଁ କୂଳକୁ?୧୦

   


Rate this content
Log in

Similar oriya poem from Abstract