STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଶାସ୍ତ୍ରୀୟ ଓଡ଼ିଆ ଦିବସ

ଶାସ୍ତ୍ରୀୟ ଓଡ଼ିଆ ଦିବସ

1 min
345

ଓଡ଼ିଆ ଆମେରେ ଏ ଭୁଇଁ ଓଡ଼ିଆ

   ଓଡ଼ିଆ ଠକୁର ଭୂମି,

ଉଜ୍ଜ୍ୱଳ ଭବିଷ୍ୟ ଦେଇଛି ଆମଙ୍କୁ

   ହେବା ଭାଷାପୂର୍ଣ୍ଣ କର୍ମୀ ।


ମାସ ମାର୍ଚ୍ଚ ଦୁଇ ହଜାର ଚଉଦ

  ତାରିଖ ଥିଲା ଏଗାର

ଶାସ୍ତ୍ରୀୟଭାଷାର ରୂପରେଘୋଷଣା

  ଓଡ଼ିଆ ଭାଷା ଆମର।


ପ୍ରାଚୀନ କାଳରୁ ଏ ଭାଷା ଗୁଞ୍ଜୁଛୁ

   ପଟାନ୍ତର ନାହିଁ ଯାର,

ସବୁଠୁ ପୂରଣା ଓଡ଼ିଆ ଭାଷାମୋ

   ଆଦର ରହୁଟା ତାର।


ଶାସ୍ତ୍ରୀୟଓଡ଼ିଆ ଭାଷା ଦିବସକୁ

   ପାଳନ କରିବା ବନ୍ଧୁ,

ପଢିବା ଓଡ଼ିଆ ଲେଖିବ ଓଡିଆ

   ଓଡ଼ିଆ ଭାଷାର ସିନ୍ଧୁ।


ହାର୍ଦ୍ଦିକ ଶୁଭେଚ୍ଛା ଓଡ଼ିଆ ଜନଙ୍କୁ

  ଶାସ୍ତ୍ରୀୟ ଦିବସେ ଯହିଁ,

ସୁରକ୍ଷା କରିବା ପ୍ରାଣରୁ ଅଧିକ

   କର୍ତ୍ତବ୍ୟ ଜୀବନ ତହିଁ।


ଜନନୀର ଭାଷା କରିବା ଆଦର

  ପଢିବେ ଆମ ସନ୍ତାନ,

ସୁନାମ ଅର୍ଜିବେ ମାତୃଭାଷା ବଳୁ

   ଗୁଞ୍ଜିବ ତାଙ୍କ ସମ୍ମାନ।


ମଧୁସୂଦନ ଓ ଗୋପବନ୍ଧୁଙ୍କୁର

   କୋଟିକୋଟି ପ୍ରଣିପାତ,

ଭାଷାର ଚନ୍ଦନ ବୋଳି ଦେଲେ ଅଙ୍ଗେ

   ସାଜିଛି ନୂଆ ଭାରତ।


ଭାଷା ସୁରକ୍ଷାରେ ହୋଇବା ଜାଗ୍ରତ

  ହେଉପଛେ ଆନ୍ଦୋଳନ,

ଓଡ଼ିଆ ଶିକ୍ଷାର ବ୍ୟବସ୍ଥା କରିବା

  ଅଟେ ଜୀବନର ପୂନ୍ୟ।


ଅମୃତ ସମୟ ନୂଆ ଭାରତର

  ପାଠତ ଆମ ଓଡ଼ିଆ,

ପାଠପଢିହେବା ଆତ୍ମନିର୍ଭରଟି

  ସବୁତ ହେବ ବଢିଆ।


ଶାସ୍ତ୍ରୀୟ ଓଡ଼ିଆ ସମ୍ମାନ ଆଦର

   ଦିବସ ମହତ୍ତ୍ୱପୂର୍ଣ୍ଣ,

ଗର୍ବିତ କରୁଛି ଓଡ଼ିଆ ଭାଷାର

  ପାଳନ ହେଉ ସମ୍ପୂର୍ଣ୍ଣ।


ହିଂସା ଅହଂକାର ଛାଡ଼ି ବନ୍ଧୁଗଣ

  ଏକଶୁତ୍ରେ ବାନ୍ଧିଯିବା,

ଜନନୀର ଭାଷା କରିବା ସୁରକ୍ଷା

  ଭାଇଚେଷ୍ଟା କରୁଥିବା ।


Rate this content
Log in

Similar oriya poem from Abstract