ଅତିଲାଭକାରୀ
ଅତିଲାଭକାରୀ
ଘର ଅଙ୍ଗଣାର ଡାଳିମ୍ବ ଗଛଟି
ବଡ଼ ଉପଯୋଗୀ ଜନେ
ପେଟପାଇଁ ପାଇଁ ଯହୁଁ ଔଷଧୀୟ
ରଖିବା ସର୍ବଦା ମନେ ।
ରଖିବା ସର୍ବଦା
ଫୁଲ ପୁଷ୍ପ ଫଳେ ଭୂଷିତ ହୋଇଣ
ଘରକୁ ସୁନ୍ଦର କରେ ,
ଅପୁର୍ବ ଗୁଣକୁ ଧରିଛି ଶରୀରରେ
ଔଷଧୀୟ ଗୁଣ ତାରେ ।
ରଖିବା ସର୍ବଦା
ଚଉଠି ଶ୍ରାଦ୍ଧରେ ଶୁଭ ବାହାଘରେ
ଫଳଫୁଲ ଦରକାର
ଡାଳିମ୍ବ ଫଳଟି ଜରୁରୀ ତହିଁରେ
ମଙ୍ଗଳ ନୂଆ ସଂସାର ।
ରଖିବା ସର୍ବଦା
ଅଗଣାରେ ଥିବ ଡାଳିମ୍ବର ଗଛ
ରୋଗଆସେ ନାହିଁ କେବେ
ଅତିହିଁ ସ୍ବାଦିଷ୍ଟ ପୁଷ୍ଟିକର ଫଳ
କିଏସେ ଭୁଲିବ ଭବେ ।
ରଖିବା ସର୍ବଦା
ମନୁଷ୍ୟର ଭାଗ୍ୟ ବଦଳାଇ ଦିଏ
ଗୃହର ଡାଳିମ୍ବ ଗଛ,
ଅମ୍ଳଜାନ ତାର ଅତି ଉପଯୋଗୀ
କରେ ପରିବେଶ ସ୍ବଚ୍ଛ ।
ରଖିବା ସର୍ବଦା
ଶାସ୍ତ୍ରର ବର୍ଣ୍ଣିତଆୟୁର୍ବେଦ ଯହୁଁ
ଡାଳିମ୍ବ ଗଛ ଔଷଧୀ,
ଫୁଲପତ୍ରତାର ରୋଗ ଭଲକରେ
ବୀଜାଣୁ ବୃଦ୍ଧିକା ଧରି ।
ରଖିବା ସର୍ବଦା
ଘର ଅଗଣାରେ ଡାଳିମ୍ବ ଗଛକୁ
ଆଦରେ ଲଗେଇ ଥିବା
ଜଳ ଦେଉ ଥିବା ପ୍ରତିଦିନ ତାକୁ
ଶିଶୁ ପରି ଯତ୍ନ ନେବା ।
ରଖିବା ସର୍ବଦା
ନାଲି ଫୁଲ ତାର ସବୁଜର ପତ୍ର
ଆଖିକୁ ଦିଶେ ସୁନ୍ଦର,
ଫଳ ତାର ପୁଣି ଅତିହିଁ ସ୍ବାଦିଷ୍ଟ
ଶରୀରରେ ଉପକାର ।
ରଖିବା ସର୍ବଦା
