Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Abstract

4  

Niranjan Mishra

Abstract

ହିରୋ

ହିରୋ

1 min
332



ଜାଣନ୍ତି ସଭିଏଁ ମହାଭାରତର

ହିରୋ ଥିଲେ ଅରଜୁନ

ଶ୍ରୀକୃଷ୍ଣଙ୍କୁ ସଖା ରୂପରେ ପାଇ ସେ

ଲଭିଲେ ପରମ ଧନ ।


ହିରୋ ହୋଇ ସୁଦ୍ଧା ଶରଣାଗତ ସେ

ହୋଇଲେ ଶ୍ରୀକୃଷ୍ଣଙ୍କର

ପ୍ରାର୍ଥନା କରିଲେ ଅଚିନ୍ତ୍ୟ ଅବ୍ୟକ୍ତ

ଅନନ୍ତ ଅବ୍ୟୟଙ୍କର ।


ବିଭୁ ପ୍ରଭୁ ଭାବିତ ବିଶ୍ବ ଭାବନ

ତିିନିଲୋକର ବିସ୍ତାର

ବିଚାର ଯାହାର ମହାତ୍ମାଙ୍କ ଗତି

କୃଷ୍ଣ ଶରଣ ସୋଦର ।


ପଶିଲେ ଶରଣ ଚରଣେ ତାଙ୍କର

ପ୍ରପନ୍ନ ଶିଷ୍ଯ ରୂପରେ 

କର୍ମ ଭକ୍ତି ଜ୍ଞାନ ସର୍ବ ଯୋଗ ସାର

ଶରଣାଗତ ଭାବରେ ।


ରହି ହେଲେ ତୋଷ ଗଭୀର ବିଶ୍ବାସ

ରଖିଲେ କୃଷ୍ଣଙ୍କ ଠାରେ 

ଜୟଲାଭ କଲେ ପରିଶେଷରେ ସେ

ମହାଭାରତ ସମରେ ।


ହୁଅ ଯେତେ ବଳୀ ଥାଉ ଯେତେ ବଳ

ଯେତେ ବଡ ହିରୋ ହୁଅ 

ଶରଣାଗତ ହୋଇଲେ କୃଷ୍ଣଙ୍କର

ତୁଟିଯିବ ସବୁ ଭୟ  ।


ବିପଦେ ଆପଦେ ଶରଣାଗତର

ପାଶେ ହେବେ ପ୍ରଭୁ ଠିଆ 

ଯେତେ ବାଧା ବିଘ୍ନ ଆସିବ ଜୀବନେ

ତୁଟିଯିବ ସବୁ ମାୟା ।


Rate this content
Log in

Similar oriya poem from Abstract