Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kiranbala Rath

Abstract

4.5  

Kiranbala Rath

Abstract

ଶେଷ ଚିଠି

ଶେଷ ଚିଠି

1 min
214


କେଉଁଠି ଛାଡ଼ି ଚାଲିଗଲ ତୁମେ

ଅଜଣା ସେ ଶୂନ୍ୟସ୍ଥାନ ଇଲାକାରେ

କି ଦୋଷେ ସହିବି ମୁଁ ବିରହ ଯନ୍ତ୍ରଣା

ତୁମେ ସେ ଅଭୁଲା ସ୍ମୃତି ର ଧାରେ ଧାରେ.... ।


ପ୍ରତି ସେକେଣ୍ଡରେ ପ୍ରଶ୍ନ ପତ୍ର ଆସେ

ପରୀକ୍ଷା ଦେବାକୁ କଲମ ଡାକେ

କି ଉତ୍ତର ଲେଖି ଛାଡିଦିଏ ତା'କୁ 

ପ୍ରାୟଶ୍ଚିତ ର ପରୀକ୍ଷକ ପାଖେ .... ।


ଆଜି ବି ଖୋଜୁଛି ଭୁଲ୍ ଉତ୍ତର କୁ

କି ବିଚାରି ଲେଖି ଫେଲ୍ ହୋଇଗଲି

ପାସ୍ ହେବା ଯଦି ନ ଥିଲା ମୋର ଭାଗ୍ୟେ

ଆବୋରି ନେବି ମୁହିଁ ସେ ଶୂନ୍ୟତା ଥାଳି.... ।


ଖୁସି ଯଦି ପାଉ ମୋର ବିନା ତୁ ସାଥୀ

ସହି କାଟି ଦେବି ବାକି ସ୍ୱଳ୍ପ ସମୟ

ଭୁଲିଯିବା ର ଅନୁରୋଧ ରହିଲା 

କଟି ଥିବା ତୁମ ପାଖେ କିଛି ସମୟ.... ।


କେମିତି ବଞ୍ଚିବି ତୁମ ବିନା ହେ ପ୍ରିୟ

କୌଶଳ ଶିଖିବି କେବେ କାହା ପାଖେ

କେଉଁଠି କାଟିବି ମୋର ବାକି ଆୟୁଷ କୁ

ବରଂ ଲେଖିଦିଏ ସେ ଶେଷ ଚିଠି କୁ

ପଠେଇ ଦେବି ମୋର ସେ ଶେଷ ଚିଠି କୁ..... ।


Rate this content
Log in

Similar oriya poem from Abstract