STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ରଙ୍ଗମୟ ଆଜିରେ ଧରା

ରଙ୍ଗମୟ ଆଜିରେ ଧରା

1 min
330


ପବିତ୍ର ହୋଲିର ରଙ୍ଗର ବରଷା

ହେଲେ ଏକତ୍ରିତ କରିଣସେଆଶା

ଭୁଲି ଅହଂକାର ରଖିଣ ଭରଷା

ନଥିଲାଟି ମନେ ତିଳେ ହିଁ ନିରାଶା ।


ଜାତି ଭେଦ ନାହିଁ ପର୍ବେ ଏକତ୍ରିତ

ହୋଲି ଖେଳିଲେ ସେ ରଙ୍ଗେ ଆନନ୍ଦିତ

ଜ୍ଞାନ ପ୍ରେମ ଶ୍ରଦ୍ଧା ତହୁଁ ଆବିର୍ଭୂତ

ରାଷ୍ଟ୍ର ଭକ୍ତି ପ୍ରୀତି ହେଲାରେ ଜଡ଼ିତ ।


ସନାତନୀ ପର୍ବ ସଂସ୍କୃତି ଦେଶରେ

ସତ୍ୟ ତ୍ୟାଗ ଶାନ୍ତି ରାଷ୍ଟ୍ରର ସଂସ୍କାର

ଆତ୍ମନିର୍ଭର ଏ ମନ୍ତ୍ରଟି ଯାହାର

ଜନତା ଉନ୍ନତି କର୍ତ୍ତବ୍ୟ ଦେଶର ।


ହୋଲି ପର୍ବ ପରା ସତ୍ୟର ଝଙ୍କାର

ବିଜୟ ର ପର୍ବ ଶତ୍ରୁ ବିନାଶର

ଫଗୁଣ ପୂର୍ଣ୍ଣିମା ଦୋଳ ପୂର୍ଣ୍ଣିମାର

ପାଳିତ ହୁଏଟି ରାଷ୍ଟ୍ରରେ ଆମର ।


ମନ ଉଦବେଗ ଖୁସି ଆନନ୍ଦର

ବସନ୍ତ ଋତୁ ଏ ସୁନ୍ଦର ଅପର

ନୂଆ ଅନୁଭୂତି ସଞ୍ଚାର ଶରୀର

ଦିଏଏ ପ୍ରେରଣା ସତ୍ୟ ଅହିଂସାର ।


ମୃଦଙ୍ଗ ଗୁଞ୍ଜନ କାହାଳୀର ସ୍ବର

ମୃଦୁ ମଳୟ ତା ପୁଣି ମନୋହର

କୋକିଳର ରାବ୍ ଶୁଭେ ସୁମଧୁର

ପିଚକାରୀ ପଡେ ହୋଲିର ରଙ୍ଗର ।


ହୋଲିକ ଦହନ ଅସତ୍ୟ ସଂହାର

ସତ୍ୟର ବିଜୟ ଭବେ ନିରନ୍ତର

ଆତ୍ମବିଶ୍ୱାସଟି ହୁଏ ମନୁଷ୍ୟର

ରଙ୍ଗ ନୁହେଁ ଏହୁ ଜ୍ଞାନର ସାଗର ।


ଖେଳିଥିଲେ ହୋଲି ରାଧାକୃଷ୍ଣ ଯହିଁ

ମେଳି ହୋଇ ଥିଲେ ଗୋପଙ୍ଗନା ତହିଁ

ରଙ୍ଗ ଖେଳୁ ଥିଲେ କାହ୍ନୁ ରୂପ ଚାହିଁ

ଭକ୍ତିର ଗୁଞ୍ଜନ ଗୋପ ଦାଣ୍ଡ ଭୂଇଁ ।।


Rate this content
Log in

Similar oriya poem from Abstract