ପରିବର୍ତ୍ତନ
ପରିବର୍ତ୍ତନ
କାହିଁକି କେଜାଣି ମନ ଅରଣ୍ୟରେ
ଲାଗିଯାଇଛି ନିଆଁ,
ଶୁଖିଲା ନଈ କୁ ଆଶା କରିଛି
ଭାବିବି ଆଉ କିଆଁ।।
ଆକାଶ ଟା ଆଉ ନିର୍ମଳ ନାହିଁ
ଶଶୀ ରେ ନାହିଁ ଆଲୋକ,
ସାଗର ଟା ଆଜି ସ୍ଥିର ହୋଇଛି
ଧରିତ୍ରୀ ପାଳଇ ଶୋକ।।
ପବନରେ ଆଉ ଶୀତଳତା ନାହିଁ
ବାଦଲ ରେ ନାହିଁ ମେଘ,
ଗିରୀରାଜ ଆଜି ଶୂନ୍ୟ ପଡ଼ିଛି
ଜଙ୍ଗଲରେ ନାହିଁ ବାଘ ।।
ମନୁଷ୍ୟ ଆଜି ଶୂନ୍ୟତାରେ ଅଛି
ହରାଇ ବିବେକ ଜ୍ଞାନ,
ପ୍ରାଚୁର୍ଯ୍ୟ ଭିତରେ ରହିକି ସଭିଏଁ
ପାଖରେ ନାହିଁ ଧନ।।
