ସେଇ ସ୍ତ୍ରୀ ଲୋକଟିନୁଖୁରା ଫୁକରେ
ସେଇ ସ୍ତ୍ରୀ ଲୋକଟିନୁଖୁରା ଫୁକରେ
ସେଇ ସ୍ତ୍ରୀ ଲୋକଟିନୁଖୁରା ଫୁକରେ,
ସୀତସୀଆଁ ବସ୍ତ୍ରରେ ଘର ଓଳାଉଛି ସେ
ବାସନ ମାଜିବ, ଲୁଗ ଧୋଇବ,
ଦରକାର ପଡ଼ିଲେ ରଂଧାବଢା କରିବ
ଘର ମାଲିକାଣୀ ନ ଥିଲେ ମାଲିକର କାନ୍ତବ କ୍ଷୁଧାର ଶିକାର ହେବ
ଏ ସବୁ କେଇଟା ଟଂକା ପାଇଁ-ଘର ଚୁଲି ଜଳାଇବା ପାଇଁ
ତାର ନିଜସ୍ଵ ବୋଲି କିଛି ନାହିଁ- ଯେ ହେତୁ
ଗରିବ ମାଇପ ସମସ୍ତଂକର ଶାଳୀ
ତାର କଣ କିଛି ଇଚ୍ଛା ନାହିଁ ? ଆଶା ନାହିଁ ?
ଆମ ଅଇଁଠୁ, ମହରଗୁର ମାଁ ପରିଚୟହୀନ
ବେଳାଭୂମିର ଅଜସ୍ର, ଅସ୍ପଷ୍ଟ ପଦଚିହ୍ନ ଭିତରୁ ଗୋଟିଏ
କେବେ ପ୍ରଶାସନ ଆଗେଇ ଆସିବ ଏମାନଙ୍କ ଦୁଃଖ ବୁଝିବାକୁ
ଦେଖାଇବ ଏ ଘରୋଇ ଦାଦନଙ୍କୁ ଆଶାର ଆଲୋକ ?