ଶୀଘ୍ର ଫେରିଯା ତୁ
ଶୀଘ୍ର ଫେରିଯା ତୁ
ରେ ମନ
ଶିଘ୍ର ବୁଝିଯାରେ
ତୁ ଏଠି ଅଧାମରି ଅଧାବଞ୍ଚି
ମିଛେମିଛେ ନିଜକୁ ତୁ ହସ ସିଞ୍ଚି
କାହିଁକି ବା ଚାଲିବୁରେ ବାଟ
ତୋ' ବାଟରେ କେତେକେତେ
ଆହତ, ନିହତ, ପଚିସଢି ବିବେକର ହାଟ ।
ରେ ମନ
ଭୁଲି ଯା ତୁ ସମାଜର ଖୋଲିବ କବାଟ
ଠକଠକ ଶବ୍ଦ ତୋର ଶୁଭିବନି
ଆରେ ଏଠି କେତେ କାଲ କେତେ ଯେ ବଧିର
ପିନ୍ଧି କି ପାରିବୁ ତୁହି ମୁକର ମୁକୁଟ
ଦେଖି ବି ନ ଦେଖିଲା ପରି ଚୁପ୍ ରହି
ମଣିଷଟେ ତୁହି ବୁଝାରେ ନିଜକୁ
ସବୁ ମସ୍ତକରେ ପରା ଚେତାଶୂନ୍ୟ ଚିତା
ତୋ' ପରି ସବୁ ହୃଦେ ଟିକେଟିକେ ଫାଟ ।
ରେ ମନ
ଫେରିଯା ତୁ ଶୀଘ୍ର
ସତ କହ ବଞ୍ଚିବାକୁ ହେଉନ
ୁ ତ ବ୍ୟଗ୍ର
ପ୍ରାଣ ତୋ'ର ଛାଡ଼ିବନି
ତୁ ଏତେ ଶିଘ୍ର ହୋଇବୁ କି ମୁକ୍ତ
ଆହୁରି ବାଜିବ ତୋତେ
ଭିନ୍ନ ଭିନ୍ନ ପ୍ରକାରର ସମୟର ଛାଟ
ତୋ' ପାଇଁ ଏ ଜାଗା ନୁହଁ
ତୁ ଆଇନାରେ ଦେଖା ମୁହଁ
କ୍ଷଣେ କ୍ଷଣେ ଲୁହ ତୋତେ ଛୁଇଁବ
ତୁ କାହିଁକି ହେଉରେ ଅଝଟ ।
ରେ ମନ
ଅଛି କି ସାହସର ମନେ ତୋର ପାଠ
ଲେଖି କି ପାରିବୁ ବାବୁ
ଜୀବନର ଯେତେସବୁ ଗୋପନୀୟ ନାଟ
ତୁ ଜାଣିନୁ ଏ ସମାଜେ
ବଞ୍ଚିବାର ଜିଇଁବାର କେତେକେତେ ଶାଠ
ଏଠି ଚାଲିଛିରେ ପ୍ରତିଦ୍ୱନ୍ଦ୍ୱ
କିଏ ବଡ଼ ଆଉ କିଏ ଛୋଟ
ଫେରି ଯା' ତୁ ଶୀଘ୍ର
ଶୁଭୁନି କି ତୋତେ ତୋର
ସେ ଅକୁହା ଦିଗରୁ ଆତ୍ମାର ଆହଟ।